ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ନୂତନ ଶିକ୍ଷାର୍ଥୀ ଚୟନ ଶିବିର 

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ନୂତନ ଶିକ୍ଷାର୍ଥୀ ଚୟନ ଶିବିର 

ଡାବୁଗାଁ, ୨୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସମର ବାହିନୀ ର ନୂତନ ଶିକ୍ଷାର୍ଥୀ ଚୟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇଥିଲେ। ପ୍ରଥମେ ଚୟନ ହେବା ପାଇଁ ଆସିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଅଧକ୍ଷ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମହାବିଦ୍ୟାଳୟ ମୁଖ୍ୟ ମହେନ୍ଦ୍ର ଦେବରପଲ୍ଲୀ ଶିବିର ର ଆୟୋଜନ କରିଥିଲେ । ଏଥିରେ ମହାବିଦ୍ୟାଳୟ ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ପୁଷ୍ପାଞ୍ଜଳି ସାହୁ ଓ ଚନ୍ଦନ ପଣ୍ଡା , ଅଧ୍ୟାପକ ସନ୍ୟାସୀ ସାହୁ, ଦୟାରାମ୍ ମନୋହର, ମେକ୍ସ ନାୟକ ଆଦି ଶିକ୍ଷକ ମାନେ ସହଯୋଗ କରିଥିଲେ । ଏହି ଚୟନ ପ୍ରକ୍ରିୟାରେ ପି.ଆଇ. ଷ୍ଟାପ ୧୩ ଓଡ଼ିଶା ବାଟାଲିୟନର ହାବିଲଦାର ରାଜକୁମାର ରୟାତ୍, ସୁବେଦାର ସୁନିଲ ହଂସାଦ ଛାତ୍ରୀ ଛାତ୍ର ଙ୍କୁ ଚୟନ କରିଥିଲେ । ଏଥିରେ ୨୫ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୦ ଜଣଙ୍କୁ ଚୟନ କରାଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପlଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ଜନନେତା ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ନବରଙ୍ଗପୁର ଠାରେ ଜାତୀୟ ମତଦାତା ଦିବସ ପାଳିତ 

masiha

Leave a Comment

error: Content is protected !!