ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିମିଳିପାଳ ଅଭୟାରଣ୍ୟରେ ଶିକାର କରୁଥିବା ଶିକାରୀଙ୍କୁ କଡ଼ା ଚେତାବନୀ

ଶିମିଳିପାଳ ଅଭୟାରଣ୍ୟରେ ଶିକାର କରୁଥିବା ଶିକାରୀଙ୍କୁ କଡ଼ା ଚେତାବନୀ

    ମୟୂରଭଞ୍ଜ – ୨୭/୦୯ ( ମସିହା)ବହୁ ବାଦବିବାଦ ପରେ ଏବେ ଶିମିଳିପାଳର ସୁରକ୍ଷା ପାଇଁ ସରକାର ଚେଇଁ ଉଠିଛନ୍ତି। ଏବେ ଓଡ଼ିଶା ପୋଲିସ ମଧ୍ୟ ଶିମିଳିପାଳର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। କିଛି ଦିନ ହେବ ବିଶୋଇ ଥାନା ଓ ବିଶୋଇ ବନବିଭାଗ, ମଣଦା ବନବିଭାଗ ପକ୍ଷରୁ ଶିମିଳିପାଳର ସୁରକ୍ଷାପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ଶିମିଳିପାଳର ରିଜର୍ଭ ଜଙ୍ଗଲ ରେ ବନ୍ୟଜନ୍ତୁଙ୍କ ଶିକାରକୁ ରୋକିବା ଓ ଶିକାରୀଙ୍କୁ ଧରିବା ପାଇଁ କିଛି ଗୁପ୍ତ ପଦକ୍ଷେପ ଆପଣାଇଛି ସରକାର। ଏବେ ଶିମିଳିପାଳର ସୁରକ୍ଷା ପାଇଁ ଏବେ ଉଭୟ ପୋଲିସ ଓ ବନବିଭାଗ ନିୟୋଜିତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀ ସହିତ ସଶସ୍ତ୍ର ପୋଲିସ ବାହିନୀର ଆଠ ଦଶ ଜଣ ସଦସ୍ୟ ଓ ଜଣେ ସେହି ଅଞ୍ଚଳର ଫରେଷ୍ଟର, କିଛି ଫୋରେଷ୍ଟଗା୍ଡ୍, ଓ କିଛି STR ସଦସ୍ୟ ଏବେ ପାଦରେ ଚାଲି ଚାଲି ଆଠ ଦଶ କିଲୋମିଟର ପେଟ୍ରୋଲିଙ୍ଗ କରୁଛନ୍ତି। ଏହି ପେଟ୍ରୋଲିଙ୍ଗ ଶିମିଳିପାଳ ଜଙ୍ଗଲ ଓ ଶିମିଳିପାଳ ପାଦଦେଶରେ ଥିବା ଗ୍ରାମ ମାନଙ୍କରେ କରୁଛନ୍ତି। ଏହି ପରି ପେଟ୍ରୋଲିଙ୍ଗ ଚଳିତ ମାସ ୨୨.୦୯.୨୩ରୁ ଆରମ୍ଭ ହୋଇ ଆସନ୍ତା ମାସ ୨୦ ଓକ୍ଟବର ୨୩ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏହି ପାଦଚଲା ପେଟ୍ରୋଲିଙ୍ଗ ବିଶୋଇ, ଯଶିପୁର, କରଞ୍ଜିଆ, ଠାକୁରମୁଣ୍ଡା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି ସହିତ ସମସ୍ତ ଶିମିଳିପାଳ ପାର୍ଶ୍ଵବର୍ତ୍ତୀ ସମସ୍ତ ଥାନା ଓ ବନବିଭାଗ ପକ୍ଷରୁ କରାଯିବ ବୋଲି ଜଣାପଡିଛି। ଏଣିକି ଯଦି ଶିମିଳିପାଳ ଅଭୟାରଣ୍ୟ କିମ୍ବା ପାଦଦେଶରେ ଶିକାରୀ ଧରାପଡନ୍ତି ତାହାଲେ ସରକାର ପକ୍ଷରୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଜଣାପଡିଛି।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

“ଅମ୍ଳାନ ସୃତି”ବହିର ଉନ୍ମଚନ

Sunil Chandra Nayak

ପରିବେଶ ସଚେତନତା ଓ କାର୍ଯ୍ୟକାରିତା ଆଲୋଚନାଚକ୍ର

masiha

ଢେଙ୍କାନାଳ ଜିଲ୍ଲା ବୁଣାପାଣ ଜାତୀୟ ମହାସଂଘ ପକ୍ଷରୁ ବୈଠକ

Sunil Chandra Nayak

Leave a Comment

error: Content is protected !!