ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

ବାଲେଶ୍ଵର,୨୭/୯/୨୩- ଗତ ତା ୨୪/୯/୨୩ ରିଖ ରବିବାର ରାସ୍ତା ଦୁର୍ଘଟଣାରେ ଗୁରୁତର ରମାକାନ୍ତ ଦାସ (୫୨) ଦୀର୍ଘ ୪ ଦିନଧରି ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ । ଆଜି ତା ୨୭/୯/୨୩ ରିଖ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି ଗତ ରଵିଵାର ରମାକାନ୍ତ ବାଇକ ଯୋଗେ ଖଇରା ଵଜାରରୁ ଘରକୁ ଫେରୁଥିଲେ ।କୋଚିଆକୋଇଲି ପୋଲ ଉପରେ ବାଇକ ସହିତ ଡ଼ମ୍ପର ଧକ୍କା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଖଇରା ଏବଂ ପରେ ଭଦ୍ରକ ମେଡ଼ିକାଲକୁ ଚିକିତ୍ସା ପାଇଁ ପରିବାର ଲୋକେ ନେଇଥିଲେ । ଅବସ୍ଥା ଗୁରୁତର ଦୃଏ ସେଠାରୁ ପୁଣି କଟକ ମେଡ଼ିକାଲ ନେଇଥିଲେ । ମସ୍ତିଷ୍କ ମୃତ ଅବସ୍ଥାରେ ୪ଦିନ ରହିବା ପରେ ଆଜି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ରମାକାନ୍ତ ଵିଭିନ୍ନ ଯାତ୍ରୀବାହୀ ବସରେ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅର୍ଜୁନପୁର ଗ୍ରାମର ରଘୁନାଥ ଦାସଙ୍କ ବଡପୁଅ ହୋଇଥିଲା ଵେଳେ ସ୍ତ୍ରୀ ସମେତ ୩ଝିଅ ,୧ମାତ୍ର ପୁଅ ଅଛନ୍ତି । ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଖଇରା ପୋଲିସ ଡମ୍ପର ସହିତ ବାଇକ ଜଵଦ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚିଲିଚିଲା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ 

masiha

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ଶିକ୍ଷକ ଅରୁଣ କୁମାର ସ୍ବାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!