ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣସମିତି ଖଇରା ତରଫରୁ ଭାଗବତ ଜନ୍ମ ପାଳିତ

ଆଞ୍ଚଳିକ ବ୍ରାହ୍ମଣସମିତି ଖଇରା ତରଫରୁ ଭାଗବତ ଜନ୍ମ ପାଳିତ

ବାଲେଶ୍ଵର,୨୯/୮/୨୩– ବାଲେଶ୍ଵର ଜିଲ୍ଲା ଖଇରା ଥାନା ସାମ୍ନାରେ ଥିବା ଆଖଣ୍ଡଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ସମିତିର ୧୦ମ ବାର୍ଷିକ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ସମିତିର ସଭାପତି ଜଳଧର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ଭାଗବତର ସଂକ୍ଷିପ୍ତ ପାରାୟଣ କରିଥିଲେ । ଏଥିରେ ସମିତିର ସଭ୍ୟସଭ୍ଯା ଓ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ଭାଗବତ ଜନ୍ମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ବୁଦ୍ଧିରାମ ପାଣିଗ୍ରାହୀ, ରମାକାନ୍ତ ଶତପଥୀ, କେଶବ ଚନ୍ଦ୍ର ପଣ୍ଡା, ନାରାୟଣ ପଣ୍ଡା, ଉମେଶ ଚନ୍ଦ୍ର ନାୟକ, ରାମଚନ୍ଦ୍ର ଦାସ, ବାଞ୍ଛାନିଧି ଦାଶ, ମୁକ୍ତିକାନ୍ତ ଶତପଥୀ, କୈଳାସ ଚନ୍ଦ୍ର ତ୍ରିପାଠୀ, ଅନାମ ଚରଣ ପଣ୍ଡା, ଦେବେନ୍ଦ୍ର କୁମାର ରାଉତ, ରଘୁନାଥ ପତ୍ରୀ, ବିଭୂତି ଭୂଷଣ ତ୍ରିପାଠୀ ଓ ସଂକୀର୍ତ୍ତନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଭାଗବତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

Sunil Chandra Nayak

ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ସଂସ୍କୃତ ସପ୍ତାହ -୨୦୨୫ ଉଦ୍ ଯାପିତ 

Sunil Chandra Nayak

ରୋଟାରୀ କ୍ଲବ ଅଫ୍ ରାଇରଙ୍ଗପୁର ତରଫରୁ ଦନ୍ତ ପରୀକ୍ଷା ଶିବିର

masiha

Leave a Comment

error: Content is protected !!