ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପାଳିତ 

କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପାଳିତ 

ଓଁ ନମୋଃ ଭଗବତେ ବାସୁଦେବାୟ

“ଜୟ ଜଗନ୍ନାଥ “

ତା/୨୯/୦୯/୨୦୨୩ ରିଖ ଶୁକ୍ରବାର ଦିନ ସନ୍ଧ୍ୟା ୭ ଘଟିକା ସମୟରେ କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ମନ୍ଦିରର ମୂଖ୍ୟ ପୂଜକ ଶ୍ରୀ ସତୀଶ ପ୍ରସାଦ ଆଚାର୍ଯ୍ୟ ମହୋଦୟଙ୍କ ପୌରହିତ୍ୟରେ ଭାଗବତ ଜନ୍ମୋତ୍ସବ ପାଳିତ ।

ଉକ୍ତ ଭାଗବତ ଜନ୍ମୋତ୍ସବରେ ପ୍ରଧାନ ଆଚାର୍ଯ୍ୟ ଵିଦ୍ଵାନ ପଣ୍ଡିତ ଶ୍ରୀ ସତୀଶ ପ୍ରସାଦ ଆଚାର୍ଯ୍ୟଙ୍କ ଶୁଦ୍ଧ ମନ୍ତ୍ର ଶ୍ଲୋକ ପାଠର ପ୍ରକମ୍ପିତ ଉଚ୍ଚାରଣରେ କର୍ତ୍ତା ଶ୍ରୀ ଅରୁଣ କୁମାର ମହାପାତ୍ର ଏଵଂ ବ୍ରହ୍ମା ଶ୍ରୀମାନ୍ ଅଭିଷେକ ଆଚାର୍ଯ୍ୟଙ୍କ ଦ୍ଵାରା ଉପସ୍ଥିତ ସହରର ସଂକୀର୍ତ୍ତନ ମଣ୍ଡଳୀ ଆଵାଳ ଵୃନ୍ଧ ବନିତା ଭକ୍ତଵୃନ୍ଦଙ୍କ ଭଜନ ଜଣାଣ ହରିନାମ ସଂକୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳି ଧ୍ବନିରେ ଵିଶ୍ଵଵାସୀଙ୍କ କଲ୍ୟାଣ ପାଇଁ ଏକ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି।

ପରିଶେଷରେ ହରିହାଟରେ ଉକ୍ତ ଶ୍ରୀ ଜଗନ୍ନାଥ ମନ୍ଦିରର ଵରେଣ୍ୟ ସଭାପତି ଶ୍ରୀ ବାଙ୍କ ମିଶ୍ରଙ୍କ ସମେତ ଵରେଣ୍ୟ ଯୁବ ଵିଦ୍ଵାନ ପଣ୍ଡିତ ଶ୍ରୀ ସୃତିପଦ ନନ୍ଦଙ୍କ ସହ ମନ୍ଦିର କମିଟିର କର୍ମକର୍ତ୍ତା ମାନେ ଭକ୍ତମାନଙ୍କୁ ପ୍ରସାଦ ପରଷି ଦେଇଥିଲେ ।

ଆସନ୍ତୁ ସମସ୍ତେ ସଂକଳ୍ପ କରିବା ଭାଗବତ ଚିନ୍ତନରେ ଲୀନ ହେବା,ପ୍ରଭୁଙ୍କ ନାମ ସ୍ମରଣ କରି ଆମର ସନାତନ ହିନ୍ଦୁଧର୍ମ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ଆମ ସସ୍ୟଶ୍ୟାମଳାମୟ ଉତ୍କଳ ପ୍ରଦେଶକୁ ପ୍ରଗତୀ ପଥରେ ଆଗେଇ ନେଵା । ବାସ୍ତବରେ ଏହାହିଁ ଆମ ମାନଵ ଜୀବନର ଶ୍ରେଷ୍ଠତାକୁ ସାର୍ଥକ କରିବ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶାରଦୀୟ ଦୂର୍ଗା ପୂଜା ପାଇଁ ସହର ଉତ୍ସବ ମୁଖର 

Sunil Chandra Nayak

ମେଦନା ରେ ସତ୍ୟ ସନାତନ ମହିମା ଧର୍ମ ର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ଅନୁଷ୍ଠିତ 

masiha

ନାରୀର ଅର୍ନ୍ତନିହିତ ଶକ୍ତିର ଜାଗରଣ ହିଁ ସମାଜରେ ପରିବର୍ତ୍ତନ ଆଣିବ‐ ଡଃ. ଚିନ୍ମୟ ପାଣ୍ତ୍ଯା ଜୀ

Sunil Chandra Nayak

Leave a Comment

error: Content is protected !!