ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଡକ୍ଟର ଚପଳା କୁମାରୀ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଡକ୍ଟର ଚପଳା କୁମାରୀ 

ବାଲେଶ୍ଵର,୩୦/୯/୨୩- କବିତା, ଗଳ୍ପ ଓ ପ୍ରବନ୍ଧକୁ ନେଇ ପ୍ରତ୍ୟେକ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ବନ୍ଧୁ ମାନେ ଅଂଶ ଗ୍ରହଣ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୧୦/୯/୨୩ ରିଖ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା- ” ଘର ଢିଙ୍କି କୁମ୍ଭୀର ” । ଏଥିରେ (୧) ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା (୨) ମଧୁସ୍ମିତା ମିଶ୍ର, କଟକ (୩) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା (୪) ସୁକାନ୍ତି ସ୍ବାଇଁ, ରାଇପଲୀ, ଆସିକା, ଗଞ୍ଜାମ (୫) ଯମୁନା ମହାପାତ୍ର ମିଶ୍ର, ତରଭା, ସୁବର୍ଣ୍ଣପୁର (୬) ଅନ୍ନପୂର୍ଣ୍ଣା ସାହୁ, ବାଲିଅନ୍ତା, ଭୁବନପୁର, ଖୋର୍ଦ୍ଧା (୭) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ(୮) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୯) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର ୧୦) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୧୧) ଦୁର୍ଯ୍ୟୋଧନ ବେହେରା, ଢେଙ୍କାନାଳ (୧୨) ଲତା ବେହେରା, ଜକା, ଢେଙ୍କାନାଳ (୧୩) ମମତା ବେହେରା, କଟକ ଓ (୧୪) ଡକ୍ଟର ଚପଳା କୁମାରୀ ପଣ୍ଡା, ଖୋର୍ଦ୍ଧା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ରଚନା ପ୍ରାୟ ଭଲ ଥିଲା । ସମସ୍ତ କବିତା ଗୁଡିକୁ କୁମାରୀ ପୂର୍ଣ୍ଣିମା ସିଂ, ଗୀତିକବି, ବାଲେଶ୍ଵର, ସୁଜାତା ଦାସ, କବୟିତ୍ରୀ ଓ ଶିକ୍ଷୟିତ୍ରୀ, ବାଲେଶ୍ଵର ଏବଂ ସରସ୍ୱତୀ ପଣ୍ଡା, କବୟିତ୍ରୀ, ଯାଜପୁର ସମୀକ୍ଷା କରିଥିଲେ । ସମସ୍ତଙ୍କ ସମୀକ୍ଷାକୁ ତର୍ଜମା କରାଯାଇ ଫଳାଫଳ ଘୋଷଣା କରାଯାଇଛି । ଯେଉଁଥିରେ ଡକ୍ଟର ଚପଳା କୁମାରୀ ପଣ୍ଡାଙ୍କୁ ପ୍ରଥମ ସ୍ଥାନ ମିଳିଥିବା ବେଳେ ବୀଣାପାଣି ଦେବୀଙ୍କୁ ଦ୍ୱିତୀୟ ସ୍ଥାନ ଓ ରଞ୍ଜୁଲତା ପାଢୀଙ୍କୁ ତୃତୀୟ ସ୍ଥାନ ମିଳିଛି । ଯଦିଓ ଅନୁଷ୍ଠାନର ମୂଳ ଲକ୍ଷ୍ୟ ଗଦ୍ୟ ସାହିତ୍ୟର ଉନ୍ନତି ତଥାପି ମଝିରେ ମଝିରେ କବି କବୟିତ୍ରୀ ମାନଙ୍କ ମନରେ ଆନନ୍ଦ ଦେବା ପାଇଁ କବିତା ପ୍ରତିଯୋଗିତା ହୋଇଥାଏ । ସମାଜରେ ନିଜର ସାହିତ୍ୟ ସୃଷ୍ଟିର ବିକାଶ ପାଇଁ ହାତରେ କଲମ ଧରି ଆଗେଇ ଆସିବାକୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ସାହିତ୍ୟ ବନ୍ଧୁ ମାନଙ୍କୁ ଆହ୍ବାନ କରିଛନ୍ତି । ନିଜକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ଆବଶ୍ୟକ ହୋଇଥାଏ, ସେଥିମଧ୍ୟରୁ ମୋ ଅନୁଷ୍ଠାନ ଏକ ମାଧ୍ୟମ । ଆସନ୍ତୁ ଏଥିରେ ସାମିଲ ହୁଅନ୍ତୁ ନିଜ ନିଜ ସୃଷ୍ଟିର ବିକାଶ ପାଇଁ ସାହିତ୍ୟ ରଚନା କରନ୍ତୁ । ସମୀକ୍ଷା ସମୟରେ ପ୍ରତ୍ୟେକ ଥର ନୂତନ ନୂତନ ପ୍ରତିଭା ମାନଙ୍କୁ ସ୍ଥାନ ଦେଇ ଉତ୍ସାହିତ କରିବା ପାଇଁ ଚେଷ୍ଟା କରାଯାଇଥାଏ । ଶେଷରେ ସାହିତ୍ୟର ଉନ୍ନତି ପାଇଁ ଲେଖନୀ ଚାଲୁ ରଖିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଘରୋଇ ଠିକା ସଂସ୍ଥାର ଭାରିଯାନ ଚଳାଚଳ ପାଇଁ ରାସ୍ତା ଅବସ୍ଥା ଶୋଚନୀୟ ମାମଲା

Sunil Chandra Nayak

ତେରେସିଂହା ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

୭୯ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!