ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ 

  ତେନ୍ତୁଳିଖୁଣ୍ଟି ୦୧/୧୦/୨୩ // ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ସଭାପତି ସନ୍ତୋଷ ଚୌଧୁରୀ ଙ୍କ ଆବାହକତ୍ୱ ରେ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ର ଏକ ବୈଠକ ଶ୍ରୀ ଶ୍ରୀ ଦତ୍ତାତ୍ରେୟ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବ୍ରାହ୍ମଣ ସମାଜ ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଶିବ ପ୍ରସାଦ ମିଶ୍ର ଓ ସମ୍ମାନୀୟ ଅତିଥି ଭାବେ ଗୁପ୍ତ ଶଙ୍କର ଷଡ଼ଙ୍ଗୀ ଯୋଗଦେଇଥିଲେ। ବୈଠକ ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପଣ୍ଡିତ ଶିବ ପ୍ରସାଦ ମିଶ୍ରଙ୍କ ମନ୍ତ୍ର ଉଚ୍ଚାରଣ ରେ ଆରମ୍ଭ ହୋଇଥିଲା। ସଭାପତି ସନ୍ତୋଷ ଚୌଧୁରୀ ଙ୍କ ସଭାପତି ତ୍ୱ ରେ ବୈ ଠକ ପ୍ରାରମ୍ଭ ହୋଇଥିଲା ,ସଙ୍ଗଠନ ସମ୍ପାଦକ ଗୋବର୍ଦ୍ଧନ ସାହୁ ଗତ ବୈଠକର ବିବରଣୀ ପାଠ କରିଥିଲେ। ବ୍ରାହ୍ମଣ ସମାଜ ର ସଙ୍ଗଠନ କୁ କ୍ରିୟାଶୀଳ କରିବାକୁ ଉପସ୍ଥିତ ସଭ୍ୟ ମାନେ ନିଜ ନିଜ ମତ ରେ କ୍ରିୟାଶୀଳ କରିବାକୁ ହେଲେ ନିୟମିତ ବୈଠକ ସହ ଦଳଗତ କାର୍ଯ୍ୟ ଅଵଶ୍ୟକତା ରହିଥିବା କହିିଥିଲେ। ମୁଖ୍ୟବକ୍ତା ନିଜ ବକ୍ତବ୍ୟ ରେ ଉପନିଷଦ ର ଶ୍ଳୋକ ତଥା ବ୍ରାହ୍ମଣ ର ସଂଜ୍ଞା କର୍ମ ଆଚରଣ ସମ୍ପର୍କରେ ବୁଝାଇଥିଲେ। ଜଣେ ଜଣେ ସଦସ୍ୟ ପାଞ୍ଚ ଜଣକୁ ବୁଝାଇ ସଙ୍ଗଠନ କୁ ଆଣିପାରିଲେ ସଙ୍ଗଠନ ସୁଦୃଢ଼ ହୋଇ ପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଗୁପ୍ତଶଙ୍କର ଷଡ଼ଙ୍ଗୀ କହିଥିଲେ ଦେବତା ଙ୍କ ରାସ୍ତା ରେ ସର୍ବଦା ବିଘ୍ନ ରହିଥାଏ ଧଇ ର୍ଯ୍ୟ ଆତ୍ମବିଶ୍ୱାସ ଦୃଢ଼ ସଂକଳ୍ପ ନେଲେ ସଙ୍ଗଠନ କ୍ରିୟାଶୀଳ ହୋଇ ପାରିବ। ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ତ୍ରିପାଠୀ ନିଜ ଅଭିଭାଷଣ ରେ ସଙ୍ଗଠନ ପାଇଁ କର୍ମୀ କର୍ମକର୍ତ୍ତା ,କୋଷ ଓ କାର୍ଯ୍ୟକ୍ରମ ଆବଶ୍ୟକ। ବେଶଭୁଷା ରେ ,ଆଚରଣ ଉଚ୍ଚାରଣ ଦ୍ଵିତୀୟ ମାନଦଣ୍ଡ ବୋଲି କହିଥିଲେ। ଶେଷ ରେ ସଭାପତି ସନ୍ତୋଷ ଚୌଧୁରୀ ଧନ୍ୟବାଦ ଦେଇଥିଲେ ଶିବ ପ୍ରସାଦ ମିଶ୍ର ଙ୍କ ଶାନ୍ତିପାଠ ସ ହ ସଭା ଶେଷ ହୋଇଥିଲା।ବୈଠକ ରେ ଉପସଭାପତି ଶ୍ରୀନିବାସ ମିଶ୍ର ,କୋଷାଧ୍ୟକ୍ଷ ମନୋଜ ମହାପାତ୍ର ସମେତ ଆସିଏ ରୁ ଉର୍ଧ୍ଵ ବ୍ରାହ୍ମଣ ଦେବତା ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

Sunil Chandra Nayak

ଏଓଏସସିଅଫ ଓ ଏମବିଏମଏମ କଳାହାଣ୍ଡି ପକ୍ଷରୁ ପ୍ରତିବାଦ ସଭା ଓ ରାଷ୍ଟ୍ରପତି ଉଦ୍ଧେଶ୍ୟ ରେ ଦାବି ପତ୍ର

Sunil Chandra Nayak

ରାଇରଙ୍ଗପୁର ରେ ତ୍ରିଦିବସୀୟ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଚିହ୍ନଟ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!