ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ

      ଡାବୁଗାଁ, ୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ ରବିବାର ହୋଇଯାଇଛି । ଏଥି ସହିତ ପ୍ରଥମେ ଛାତ୍ରୀ ଛାତ୍ର ରାଲି କରି ନେସା କୋ ଜୋ ଆପନାଏଗା ଜିନ୍ଦେଗି ଭର୍ ପସ୍ତାଏ ଗା,ପର୍ଯ୍ୟା ବରଣ କୋ ଵଚାଓ ପ୍ଲାଷ୍ଟିକ କୋ ହଟାଓ ଆଦି ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ ଓ ଏଥି ସହିତ ଅଳିଆ ଆବର୍ଜନା ସଫା କରିଥିଲେ । ଏହା ପରେ ମହାବିଦ୍ୟାଳୟ ର ସଭା ଗୃହରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ଏହି ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ଲକ୍ଷ୍ୟରେ ମୁଖ୍ୟ ବିଷୟ ବସ୍ତୁ ସେବା ଓ ସଚେତନତା । ଏଥିରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମୁଖ୍ୟ ମହେନ୍ଦ୍ର ଦେବରପଲ୍ଲୀ କହିଲେ ସଚେତନତାର ସ୍ୱଚ୍ଛ ପରିବେଶ ସହ ପରିବେଶ ର ସୁରକ୍ଷା କରାଯାଇ ପାରିବ । ଏଥିରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ । ଏହି ସଭାରେ ଅଧ୍ୟାପକ ମେକ୍ସ ନାୟକ, ଦୟାରାମ ମନହୋର, ପଞ୍ଚାନନ ପୂଜାରୀ ଓ ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ପୁଷ୍ପାଞ୍ଜଳି ସାହୁ, ଚନ୍ଦନା ପଣ୍ଡା ଓ ମନିଷା ସରକାର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସନ୍ୟାସୀ ସାହୁ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମଦ ଜବତ: ୨ ଗିରଫ

Sunil Chandra Nayak

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ ବୁଲିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ 

masiha

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!