ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନ୍ଏସି ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ଓ “ସ୍ୱଚ୍ଛ ଭାରତ ସୁସ୍ଥ ଭାରତ” ପାଳିତ

ଧର୍ମଗଡ ଏନ୍ଏସି ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ଓ “ସ୍ୱଚ୍ଛ ଭାରତ ସୁସ୍ଥ ଭାରତ” ପାଳିତ

ଯୋଗ ଦେଲେ ସାଂସଦ ବସନ୍ତ କୁମାର ପଣ୍ଡା

“ସ୍ୱଚ୍ଛତା ହିଁ ସେବା” ଓ “ସ୍ୱଚ୍ଛ ଭାରତ ସୁସ୍ଥ ଭାରତ” l ଏହି ମର୍ମରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼ ତରଫରୁ ଆସନ୍ତା ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ମାନ୍ୟବର ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଧର୍ମଗଡ଼ ନଗରର ୱାର୍ଡ଼ ନମ୍ବର ୧ ଓ ୪ ଏବଂ କାଶୀବାହାଲ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର,ସମସ୍ତ କାଉନସିଲର,ନିର୍ବାହୀ ଅଧିକାରୀ ଏବଂ ସମସ୍ତ ସ୍ୱଚ୍ଛ କର୍ମଚାରୀ, ସ୍ୱଚ୍ଛ ସାଥି, ସ୍ୱଚ୍ଛ ପର୍ଯ୍ୟବେକ୍ଷିକା, ସମସ୍ତ ୱାର୍ଡ଼ କୋଅର୍ଡିନେଟର, କର୍ମଚାରୀ ବୃନ୍ଦ ଓ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପିଏମ ଜନମନ ପରିଯୋଜନାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ବଳଭଦ୍ର ମାର୍କେଟ ଉଚ୍ଛେଦ ପ୍ରସଙ୍ଗ… ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଧାରଣା ସ୍ଥଗିତ

Sunil Chandra Nayak

ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଆଦର୍ଶ ପାଠାଗାରର ଐତିହାସିକ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!