ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ସ୍ଵଧାର ଗୃହ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଗାନ୍ଧୀ ଜୟନ୍ତୀ ପାଳିତ

ଧର୍ମଗଡ ସ୍ଵଧାର ଗୃହ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଗାନ୍ଧୀ ଜୟନ୍ତୀ ପାଳିତ

ଭାରତୀୟ ଆଦିମଜାତି ସେବା ସଂଘ ଦ୍ୱାରା ପରିଚାଳିତ ଧର୍ମଗଡ ସ୍ଵଧାର ଗୃହ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ ଗୃହର ଅନ୍ତେବାସୀ ମାନେ ସକାଳୁ ରାମଧୁନ ଗାନ କରି ପ୍ରଭାତ ଫେରି ଓ ଯୋଗାଭ୍ୟାସ କରିଥିଲେ। ସ୍ୱଚ୍ଛତା ହିଁ ସେବା ବାଣୀ ଅନୁଯାୟୀ ଅନ୍ତେଃବାସୀ ମାନେ ସାମୁହିକ ଭାବେ ସଫେଇ କାର୍ଯ୍ଯ କରିବା ପରେ ଗାନ୍ଧୀଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦ୍ଵୀପ ପ୍ରଜ୍ବଳନ କରିଥିଲେ। ସ୍ଵଧାର ଗୃହର କର୍ମକର୍ତ୍ତା ଓ ଅନ୍ତେଃବାସୀ ମାନଙ୍କୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୃହର ପରିଚାଳିକା, କାଉନସେଲର ଗାନ୍ଧିଜୀଙ୍କ ମୂଲ୍ୟବୋଧ, ଆଦର୍ଶ ଓ ଅହିଂସା ନୀତି ସମ୍ପର୍କରେ ଆଲୋକପାତ କରିଥିଲେ। ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ ଅନୁସରଣ କରି ପାରିଲେ ହିଁ ଗାନ୍ଧୀ ଜୟନ୍ତୀ ରେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇ ପାରିବ ବୋଲି ଗୃହର ପରିଚାଳିକା ନିବେଦିତା ପ୍ରଧାନ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱଧାର ଗୃହର କାଉନସିଲର ସରସ୍ଵତୀ ନାଏକ, ମ୍ୟାନେଜର ଦେବରାଜ ମହାନନ୍ଦ, କର୍ମୀ ସୁଭାଷିନୀ ରାଉତ, ରୋଜାଲିନ ନାଏକ, ବନ୍ଦନା ଗମଙ୍ଗୋ ସମେତ ୩୫ ଜଣ ଅନ୍ତେଃବାସୀନି ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣାରେ ବୃଦ୍ଧା ମୃତ 

masiha

କାଳ ବୈସାଖି ତାଣ୍ଡବ – ଉଡେଇଲା ଘରର ଆଜ୍ ବେଷ୍ଟର  ସିଟ , ପର ପିଣ୍ଡାରେ ୨ ଗ୍ରାମବାସି

Leave a Comment

error: Content is protected !!