ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ୱାଗତ 

ନୂଆପଡ଼ା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ୱାଗତ 

ନୂଆପଡା, // ନୂଆପଡ଼ା ଜିଲ୍ଲା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ବାଗତ, ସଚେତନ ଦ୍ବାରା ହିଁ ସାଇବର ଅପରାଧ ମୁକ୍ତ ଓଡ଼ିଶା ଓ ନୂଆପଡ଼ା ଗଠନ ହେବ ବୋଲି ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ହେମକାନ୍ତ ସାଏ ଅଧ୍ୟକ୍ଷତା କରିଥିବା ବେଳେ ପୋଲିସ ଆରକ୍ଷୀ ଅଧିକ୍ଷକ ରଘବେନ୍ଦ୍ର ରେଡ୍ଡୀ , ସିଆରପିଏଫ୍ କମାଣ୍ଡଡେଣ୍ଟ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନ ରଥ ସୋମବାର ଶୁଭାରମ୍ଭ ହୋଇଅଛି। ଚଳିତ ମାସ କୁ ସାଇବର ଅପରାଧ ନିୟନ୍ତ୍ରଣ ମାସ ବୋଲି ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲା ରେ ଚଳିତ ବର୍ଷ ୨୫ ଗୋଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ଜଣାପଡିଅଛି। ଅତିଥି ମାନେ ସଚେତନ ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଗ୍ରାମ, ଜନ ଗହଳି ବୁଲି ଜନ ସଚେତନ କରିବ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅନ୍ତର୍ଜାତୀୟ ଓଡିଆ ସ୍ବାଭିମାନ ପ୍ରତିଷ୍ଠାନ ସୁନ୍ଦରଗଡ ଶାଖାର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

Homage to Gandhi-like Man Dola Gobinda Pradhan on His Death Anniversary

Sunil Chandra Nayak

୧- ଘରେ ଘରେ ତ୍ରିରଙ୍ଗା ପାଇଁ ଆଜି ବ୍ଲକରେ ବିଡ଼ିଓ ଦେଲେ ଆହ୍ୱାନ ,୨- ବନ୍ଧୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା 

Sunil Chandra Nayak

Leave a Comment

error: Content is protected !!