ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ୱାଗତ 

ନୂଆପଡ଼ା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ୱାଗତ 

ନୂଆପଡା, // ନୂଆପଡ଼ା ଜିଲ୍ଲା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ବାଗତ, ସଚେତନ ଦ୍ବାରା ହିଁ ସାଇବର ଅପରାଧ ମୁକ୍ତ ଓଡ଼ିଶା ଓ ନୂଆପଡ଼ା ଗଠନ ହେବ ବୋଲି ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ହେମକାନ୍ତ ସାଏ ଅଧ୍ୟକ୍ଷତା କରିଥିବା ବେଳେ ପୋଲିସ ଆରକ୍ଷୀ ଅଧିକ୍ଷକ ରଘବେନ୍ଦ୍ର ରେଡ୍ଡୀ , ସିଆରପିଏଫ୍ କମାଣ୍ଡଡେଣ୍ଟ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନ ରଥ ସୋମବାର ଶୁଭାରମ୍ଭ ହୋଇଅଛି। ଚଳିତ ମାସ କୁ ସାଇବର ଅପରାଧ ନିୟନ୍ତ୍ରଣ ମାସ ବୋଲି ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲା ରେ ଚଳିତ ବର୍ଷ ୨୫ ଗୋଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ଜଣାପଡିଅଛି। ଅତିଥି ମାନେ ସଚେତନ ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଗ୍ରାମ, ଜନ ଗହଳି ବୁଲି ଜନ ସଚେତନ କରିବ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

masiha

ପୂଜ୍ୟ ଯୋଗାଚାର୍ଯ୍ୟ ରାପର୍ତି ରାମ ପ୍ରଭୁ ଜୀ ମହାରାଜଙ୍କ ଶତ ବାର୍ଷିକ ଜନ୍ମ ଜୟନ୍ତୀ ଉତ୍ସବରେ ଆଧ୍ୟାତ୍ମିକ ସହ ବସ୍ତ୍ରଦାନ କାର୍ଯ୍ୟକ୍ରମ

masiha

ନର୍ଲା ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା

masiha

Leave a Comment

error: Content is protected !!