ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ମାଆ ବିରଜାଙ୍କ ବିଶେଷ ପାର୍ବଣ

ମାଆ ବିରଜାଙ୍କ ବିଶେଷ ପାର୍ବଣ

 

(ରାଗ-ବରାଡି ଆଷାଢ଼ ଶୁକ୍ଳ ବାଣୀ )

ଉମାକାନ୍ତ ଦାସ

 

ଫଗୁଣର ଅନ୍ତେ ଚୈତ୍ର ପ୍ରବେଶେ।

ଶାରଦୀୟ ଦୁର୍ଗା ପୂଜା ହରସେ।

ବାସନ୍ତୀ ଦେବୀର ପୂଜା ହୁଅଇ।

ବିଭିନ୍ନ ସ୍ଥାନରେ ଲୀଳା ଲାଗଇ।

ଗଦାକ୍ଷେତ୍ର ଠାରେ।

ତୋର ପୂଜା ହୁଏ ବିଧିବିଧାନେ ।।(୧)

 

ଆର୍ଦ୍ରାନକ୍ଷତ୍ର ଯୁକ୍ତ ମୂଳାଷ୍ଟମୀ ।

କୃଷ୍ଣପକ୍ଷ ମଧ୍ଯେ ମହାନବମୀ ।

ଷୋହଳ ବ୍ରାହ୍ମଣ କରନ୍ତି ପୂଜା ।

ନବ ଦିନ ନେଉ ମାଆ ତୁ ମଜ୍ଜା।

ବୈତରଣୀ କୂଳେ।

ରହିଛୁ ମାଆ ତୁ ହୋଇ ମଗନେ।(୨)

 

 ମଣ୍ଡପରେ ରଖି ଷୋହଳ କଳସ ।

ଷୋହଳ ପୂଜାରେ ହେଉ ହରସ ।

ପଢାହୁଏ ବନଦୁର୍ଗାଙ୍କ ମନ୍ତ୍ର ।

ଷୋହଳ ଉପଚାରେ ତୁ ହିଁ ଶାନ୍ତ ।

ତୁ ବିରଜା ମାତ।

ବାରୁଣୀ ତୀର୍ଥେରେ ଅଛୁ ମଉନେ।୩

 

ମହାଷ୍ଟମୀ ରାତ୍ରେ ହେଉ ସନ୍ତୋଷ।

ଉଗ୍ରଚଣ୍ଡାମନ୍ତ୍ର ଶୁଣୁ ବିଶେଷ ।

ନବମୀ ରାତ୍ରରେ ଅତୁଟ ମନ୍ତ୍ର ।

ମହାମାରୀ ମନ୍ତ୍ରେ ହେଉ ତୁ ଶାନ୍ତ ।

ସଂକଟ ହାରିଣୀ ।

ଏ ମହାମାରୀକୁ ଦେଖୁ ନୟନେ ।୪

 

ପ୍ରତିପଦ ଠାରୁ ମହାନବମୀ ।

ବିଧିବଦ୍ଧେ ପର୍ବ ହୁଅଇ ପୁଣି ।

ନବମୀ ରାତ୍ରରେ ଶେଷ ଯାତରା ।

ଚହଳ ପକାଏ ଓଡ଼ିଶା ସାରା।

ଅଛି ତୋ ପୀଠରେ।

ସର୍ବ ଶକ୍ତିପୀଠୁ ତୁ ଆକର୍ଷଣେ ।୫

 

ମହାମାରୀ ପୂଜା ତୁ ପରା ପାଉ।

ଜଗତ କଲ୍ଯାଣୀ ବିଦିତ ହେଉ ।

ଜଗତେ କରୋନା ପ୍ରାଣ ନେଉଛି।

ନେତ୍ର କିମ୍ପା ତୋର ବସି ଦେଖୁଛି ।

ତୁ ନିଷ୍ଠୁର ଦେହୀ ।

କାହିଁକି ପୂଜିବେ କିବା କାରଣେ ।୭

 

ମାଆ ସିନା ତୁହି ସଂସାର ପାଇଁ।

ସନ୍ତାନେ ବାତ୍ସଲ୍ୟ ମମତା ଦେଇ ।

ଯୁଦ୍ଧ ମହାମାରୀ ଦେଖୁ କିମ୍ପାଇଁ।

କି କାରଣେ ଦଣ୍ଡୁ ମାନବେ ମହୀ।

କିମ୍ପାଇଁ ଅନର୍ଥ।

ସଂସାର ଉଜୁଡି ଯାଉଛି କ୍ଷଣେ ।(୮)

 

ଲାଲାବାଗ ,ଖାନନଗର
ମଙ୍ଗଳ ପୁର ,ଯାଜପୁର

Related posts

ମାସେ ଗଲାନି ,ବର୍ଷାରେ ଦବିଗଲା ରାସ୍ତା

Sunil Chandra Nayak

ରାଇରଙ୍ଗପୁର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକ ରେ ନୂତନ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!