ମାଆ ବିରଜାଙ୍କ ବିଶେଷ ପାର୍ବଣ
(ରାଗ-ବରାଡି ଆଷାଢ଼ ଶୁକ୍ଳ ବାଣୀ )
ଉମାକାନ୍ତ ଦାସ
ଫଗୁଣର ଅନ୍ତେ ଚୈତ୍ର ପ୍ରବେଶେ।
ଶାରଦୀୟ ଦୁର୍ଗା ପୂଜା ହରସେ।
ବାସନ୍ତୀ ଦେବୀର ପୂଜା ହୁଅଇ।
ବିଭିନ୍ନ ସ୍ଥାନରେ ଲୀଳା ଲାଗଇ।
ଗଦାକ୍ଷେତ୍ର ଠାରେ।
ତୋର ପୂଜା ହୁଏ ବିଧିବିଧାନେ ।।(୧)
ଆର୍ଦ୍ରାନକ୍ଷତ୍ର ଯୁକ୍ତ ମୂଳାଷ୍ଟମୀ ।
କୃଷ୍ଣପକ୍ଷ ମଧ୍ଯେ ମହାନବମୀ ।
ଷୋହଳ ବ୍ରାହ୍ମଣ କରନ୍ତି ପୂଜା ।
ନବ ଦିନ ନେଉ ମାଆ ତୁ ମଜ୍ଜା।
ବୈତରଣୀ କୂଳେ।
ରହିଛୁ ମାଆ ତୁ ହୋଇ ମଗନେ।(୨)
ମଣ୍ଡପରେ ରଖି ଷୋହଳ କଳସ ।
ଷୋହଳ ପୂଜାରେ ହେଉ ହରସ ।
ପଢାହୁଏ ବନଦୁର୍ଗାଙ୍କ ମନ୍ତ୍ର ।
ଷୋହଳ ଉପଚାରେ ତୁ ହିଁ ଶାନ୍ତ ।
ତୁ ବିରଜା ମାତ।
ବାରୁଣୀ ତୀର୍ଥେରେ ଅଛୁ ମଉନେ।୩
ମହାଷ୍ଟମୀ ରାତ୍ରେ ହେଉ ସନ୍ତୋଷ।
ଉଗ୍ରଚଣ୍ଡାମନ୍ତ୍ର ଶୁଣୁ ବିଶେଷ ।
ନବମୀ ରାତ୍ରରେ ଅତୁଟ ମନ୍ତ୍ର ।
ମହାମାରୀ ମନ୍ତ୍ରେ ହେଉ ତୁ ଶାନ୍ତ ।
ସଂକଟ ହାରିଣୀ ।
ଏ ମହାମାରୀକୁ ଦେଖୁ ନୟନେ ।୪
ପ୍ରତିପଦ ଠାରୁ ମହାନବମୀ ।
ବିଧିବଦ୍ଧେ ପର୍ବ ହୁଅଇ ପୁଣି ।
ନବମୀ ରାତ୍ରରେ ଶେଷ ଯାତରା ।
ଚହଳ ପକାଏ ଓଡ଼ିଶା ସାରା।
ଅଛି ତୋ ପୀଠରେ।
ସର୍ବ ଶକ୍ତିପୀଠୁ ତୁ ଆକର୍ଷଣେ ।୫
ମହାମାରୀ ପୂଜା ତୁ ପରା ପାଉ।
ଜଗତ କଲ୍ଯାଣୀ ବିଦିତ ହେଉ ।
ଜଗତେ କରୋନା ପ୍ରାଣ ନେଉଛି।
ନେତ୍ର କିମ୍ପା ତୋର ବସି ଦେଖୁଛି ।
ତୁ ନିଷ୍ଠୁର ଦେହୀ ।
କାହିଁକି ପୂଜିବେ କିବା କାରଣେ ।୭
ମାଆ ସିନା ତୁହି ସଂସାର ପାଇଁ।
ସନ୍ତାନେ ବାତ୍ସଲ୍ୟ ମମତା ଦେଇ ।
ଯୁଦ୍ଧ ମହାମାରୀ ଦେଖୁ କିମ୍ପାଇଁ।
କି କାରଣେ ଦଣ୍ଡୁ ମାନବେ ମହୀ।
କିମ୍ପାଇଁ ଅନର୍ଥ।
ସଂସାର ଉଜୁଡି ଯାଉଛି କ୍ଷଣେ ।(୮)