ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ବ୍ଲକ ଯାଦବ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, 36 ୟୁନିଟ ରକ୍ତ ସଂଗୃହିତ 

ଚନ୍ଦାହାଣ୍ଡି-16/10(ମ ନି ସ)  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଉଚ୍ଚ ବିଦ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲା ଓ ଚନ୍ଦାହାଣ୍ଡି ବ୍ଲକ ଯାଦବ ସମାଜ ପକ୍ଷରୁ ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୋଟ 36 ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାପଡିଛି l ଏହି ଶିବିରରେ ଜିଲ୍ଲା ଯୁବ ଯାଦବ ସମାଜର ସଭାପତିଙ୍କ ତତ୍ୱାବଧାନରେ ଯାଦବ ସମାଜର ସମସ୍ତ ଯୁବକ ଭାଇ, ଭଉଣୀ, ବୟୋଜ୍ୟେଷ୍ଠ ମାନଙ୍କ ମିଳିତ ସହଯୋଗରେ ଜମାଦାରପଡା ଉଚ୍ଚ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟାକ୍ଷ ବାସୁ ଗୌଡ଼,ଜୋନ-1 ଜିଲ୍ଲା ପରିଷଦ ବର୍ଷାରାଣୀ ପଟେଲ,ଜମାଦାରପଡା ସରପଞ୍ଚ କୃଷ୍ଣ ଜାନି,ଚାରିଗଡ଼ ଯାଦବ ସମାଜ ସଭାପତି କେନୁରlମ ୟାଦବ, ଜିଲ୍ଲା ଯାଦବ ସମାଜ ସଭାପତି ଜ୍ୟୋତିରଞ୍ଜନ କଂସ, ଜିଲ୍ଲା ଯୁବ ଯାଦବ ସମାଜ ସଭାପତି ନବଘନ ଗୌଡ଼, ଏବଂ ବ୍ଲକ ଯାଦବ ସମାଜ ସଭାପତି ଜଗଦିଶ ଗୌଡ଼, ଯୁବ ଯାଦବ ସଭାପତି ଭୋଦେବ ଗୌଡ଼ , ମାଲଗାଁ ସମିତି ସଭ୍ୟା କ୍ଷୀରଦେଇ ଚଣ୍ଡୀ,ତିଲକ ସିଂ ପୋଡ଼ ପ୍ରମୁଖଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା l ଏହି ଶିବିର କୁ ଜିଲ୍ଲା ଯୁବ ଯାଦବ ସମାଜର କର୍ମକର୍ତାଙ୍କ ସହ ଜମାଦରପଡା ପଂଚାୟତ ଓ ଅଂଚଳ ର ଯାଦବ ସମାଜର କର୍ମକର୍ତ୍ତା ,ଏବଂ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଗୋପାଳ,କମଳୁ ମନହିରା, ଶୋଭାସିଂ ପୋଡ଼, ପୁରୁଷୋତ୍ତମ ବାଘ,ବିନୋଦ ଠେଲା,ଜମ୍ବୁ ହାତୀ, ,ରଥ ହାତୀ,ପ୍ରମୁଖ ସହଯୋଗ କରିଥିଲେ l ଏବଂ ଏହି ଶିବିରରେ ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀ ଜୀବନ କୁମାର ମହାପାତ୍ର , ମାର୍ଟିନ ଛତର, ହେମନ୍ତ ନାୟକ ,ହେମନ୍ତ ରାଉତ,ନାରାୟଣ ବାଘ ରକ୍ତ ସଂଗ୍ରହ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଯୁବ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ

Sunil Chandra Nayak

ରସାୟନ ବିଜ୍ଞାନ ବିଭାଗରେ ସେମିନାର

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!