ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜ୍ୟ ଯୋଗାଚାର୍ଯ୍ୟ ରାପର୍ତି ରାମ ପ୍ରଭୁ ଜୀ ମହାରାଜଙ୍କ ଶତ ବାର୍ଷିକ ଜନ୍ମ ଜୟନ୍ତୀ ଉତ୍ସବରେ ଆଧ୍ୟାତ୍ମିକ ସହ ବସ୍ତ୍ରଦାନ କାର୍ଯ୍ୟକ୍ରମ

ପୂଜ୍ୟ ଯୋଗାଚାର୍ଯ୍ୟ ରାପର୍ତି ରାମ ପ୍ରଭୁ ଜୀ ମହାରାଜଙ୍କ ଶତ ବାର୍ଷିକ ଜନ୍ମ ଜୟନ୍ତୀ ଉତ୍ସବରେ ଆଧ୍ୟାତ୍ମିକ ସହ ବସ୍ତ୍ରଦାନ କାର୍ଯ୍ୟକ୍ରମ

ରାୟଗଡ଼ା, ତା ୦୧/୧୦(ମ ନି ସ):-ଆନ୍ଧ୍ରପ୍ରଦେଶର ବିଜୟ ନଗର ଜିଲ୍ଲା ୱିଯିନିଗିରି ଗ୍ରାମ ଠାରେ ୧୯୨୩ ସେପ୍ଟେମ୍ବର ୩୦ ତାରିଖରେ ଜନ୍ମିତ ବ୍ରହ୍ମନିଷ୍ଟ ସମାଧି ସିଦ୍ଧ ଯୋଗାଚାର୍ଯ୍ୟ ହିମାଳୟ ଯୋଗ ପରମ୍ପରାର ମହାତ୍ମା ପୂଜ୍ୟ ଗୁରୁଦେବ ଯୋଗାଚାର୍ଯ୍ୟ ରାପର୍ତି ରାମ ପ୍ରଭୁ ଜୀ ମହାରାଜ ଙ୍କ ଶତ ବାର୍ଷିକ ଜନ୍ମ ଜୟନ୍ତୀ ମହୋତ୍ସବ ଅନେକ ସାଧୁସନ୍ଥ ଯୋଗୀ ସାଧକ ମହାତ୍ମା ଙ୍କ ଦ୍ଵାରା ଭାରତ ଓ ବିଶ୍ଵର ଅନେକ ସ୍ଥାନରେ ଅତ୍ୟନ୍ତ ଭକ୍ତି ଶ୍ରଦ୍ଧା ସହ ପାଳନ ହୋଇଥିବା ଅବସରରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମ ଗ୍ରାମରେ ବିଶ୍ଵ କଲ୍ୟାଣ ସାଧନା ସମିତିର ପ୍ରତିଷ୍ଠାତା ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜୀ ଙ୍କ ଭବ୍ୟ ତତ୍ତ୍ଵାବଧାନରେ ପାଳନ ହୋଇଯାଇଛି। ଏଥିପାଇଁ ସମସ୍ତ ଗ୍ରାମ ଗ୍ରାମରେ ଗୁରୁଜୀ ଙ୍କର ପୂଜାର୍ଚ୍ଚନା ପ୍ରାଥନା ଧ୍ୟାନ ସ୍ମରଣ ଆଦି କରିବା ସହ ବୃଦ୍ଧ ବୃଦ୍ଧା ଙ୍କୁ ବସ୍ତ୍ରଦାନ ଓ ଶିଶୁଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମ ଗୁରୁଜୀଙ୍କ ମାର୍ଗଦର୍ଶନରେ ତାଙ୍କ ମାଧ୍ୟମରେ ପରିଚାଳିତ ହେଉଥିବା ଅନେକ ଧାର୍ମିକ ଆଧ୍ୟାତ୍ମିକ ସାମାଜିକ ଅନୁଷ୍ଠାନର ମୂଳରେ ଗୁରୁ ପରମ୍ପରାର ଭବ୍ୟ ଆଶୀର୍ବାଦ ସଂରକ୍ଷଣ ଏବଂ ପ୍ରେରଣା ମାର୍ଗଦର୍ଶନ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ ତା ସହ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଜଣେ ମାର୍ଗଦର୍ଶକ ପଥ ପ୍ରଦର୍ଶକ ଶ୍ରେଷ୍ଠ ଗୁରୁ ପରମ୍ପରା ରହିଲେ ଜୀବନ କଲ୍ୟାଣଦାୟୀ ଆତ୍ମଉନ୍ନତି, ଆତ୍ମଶାନ୍ତି ପ୍ରାପ୍ତି କରିବା ସହ ବିଶ୍ଵ କଲ୍ୟାଣ ଦିଗରେ ସାର୍ଥକ ହୋଇପାରିବ ବୋଲି କହିଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ସମାଜସେବୀ ତଥା ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କଳା ସଂସ୍କୃତି ସଂଘର ଜିଲ୍ଲା ଉପ ସଭାପତି ସନ୍ତୋଷ କୁମାର ବଛା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଧର୍ମାତ୍ମା ଆଲୁ ଶଙ୍କର, ଗୋ ସେବା ପ୍ରମୁଖ ଅର୍ଜୁନ ୟାଦବ, ସାମ୍ବାଦିକ ମାଲେସ କୌଶଲ୍ୟା ଯୋଗ ଦେଇଥିଲେ। ବିଶେଷ ସହଯୋଗୀ ଭାବେ ସିଲିଟି ଗୁଡ଼ା ମନ୍ଦିର ପୂଜକ ଉପେନ୍ଦ୍ର ଭାଇ ,ମାଲାନା ସାରାକା ହଳଧର ଭାଇ, ଗୋବିନ୍ଦ, ହରିକୃଷ୍ଣ ଦୋରା ପ୍ରମୁଖ ରହିଥିବା ବେଳେ ଅନେକ ମାତୃମଣ୍ଡଳୀ ତଥା ଗ୍ରାମର ଅବାଳ ବୃଦ୍ଧ ବନିତା ଏଥିରେ ଅଂଶଗ୍ରହଣ କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ- ୨୦୧୬- ସଚେତନତା ଶିବିର

masiha

ଝାରକଟା ଉପ୍ରା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା

masiha

Regional level Divyang Conference held at Rayagada

masiha

Leave a Comment

error: Content is protected !!