ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦେଶରେ ନୂଆଁଖାଇ ଭେଟଘାଟ, ନାଚଗୀତରେ ଝୁମିଲେ ଓଡିଆ ପରିବାର  

ବିଦେଶରେ ନୂଆଁଖାଇ ଭେଟଘାଟ, ନାଚଗୀତରେ ଝୁମିଲେ ଓଡିଆ ପରିବାର  

ରୁପ୍ରା, ୨/୧୦ (ମନିସ) : ଆମ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି ବିଦେଶରେ। ସୂଚନା ମୁତାବକ  ସିଙ୍ଗାପୁର ଠାରେ ରହୁଥିବା ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ଶତାଧିକ ସଦସ୍ୟ ରବିବାର ୧ ତାରିଖ ଦିନ ସିଙ୍ଗାପୁର ସିମେଇ ଷ୍ଟ୍ରିଟ୍ ର ମେଲ୍ ଭିଲ୍ଲେ ପାର୍କ୍ ଠାରେ ଏକତ୍ରିତ ହୋଇ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ସିଙ୍ଗାପୁର ଠାରେ ବସବାସ କରୁଥିବା ଓଡିଆ ମାନେ ପ୍ରସ୍ତୁତ କରିଥିଲେ କ୍ଷୀରିପିଠା ସାଙ୍ଗକୁ ଶାଗବଡି, ଘାଣ୍ଟ ତରକାରୀ, ପୋଟଳ ଆଳୁ ଚିପ୍ସ୍, ଚାଉଳ ବରା ସମେତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ନୂଆଁ ଚୁଡା ଓ ପ୍ରସ୍ତୁତ ହୋଇଥିବା ଭୋଗ ଜୟ ମା ସମଲେଇଙ୍କୁ ସ୍ମରଣ କରି ସାମୂହିକ ନୂଆଁ ଖାଇଥିଲେ । ଓଡିଶାରୁ ପ୍ରସନ୍ନ ଜେନା ସିଙ୍ଗାପୁରକୁ ନୂଆଁଧାନ ଓ ନୂଆଁଚୁଡା ନେଇଥିଲେ।   ତାପରେ ନୂଆଁଖାଇ ଜୁହାର୍ କରି ସାନ ମାନେ ବଡ ମାନଙ୍କ ଠାରୁ ଆଶିର୍ବାଦ ନେଇଥିଲେ। ତାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଡାଲଖାଇ ଓ ମାଏଲା ଜଡ ସମେତ ଅନ୍ୟାନ୍ୟ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା।  କୋଭିଡ୍ ମହାମାରୀ ପରେ ଏହା ଦୁଇବର୍ଷ ପରେ  ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହେବବୋଲି ସିଙ୍ଗାପୁର ଠାରେ ବସବାସ କରୁଥିବା DBS (Development Bank of Singapore) ଅଜିତ ସାହୁ  ସୂଚନା ଦେଇ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ବ୍ଲକ ଭାନପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ସାହୁ ଯୋଗଦାନ କରି ଆମ ସଂସ୍କୃତି ଓ ପରମ୍ପରା କେତେ ମହାନ୍, ସେ ବାବଦରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆଲୋକ ପଣ୍ଡା ଓ ଦୀପକ ସାହୁ ନୂଆଁ ସମ୍ବଲପୁରୀ ଗାମୁଛା ଗୌରଚନ୍ଦ୍ର ସାହୁ ଓ ପ୍ରସନ୍ନ ଜେନାଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। 

ରୁପ୍ରା ରୁ ଅଜୟ କୁମାର ସେନାପତି ଙ୍କ ରିପୋର୍ଟ 

Related posts

UVP writes a Demand Letter to the Director/Secretary of NRLM

Sunil Chandra Nayak

ଦିଲ୍ଲୀ ଅଭି ମୁଖେ ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କ ଯାତ୍ରା

masiha

୪୨ ମୌଜା ବିକାଶ ପରିଷଦ ପକ୍ଷରୁ ଦୁଇ ଦିନିଆ ବାର୍ଷିକ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!