ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଓ କୋଲାବ ବେସିନ ତଥା ଇନ୍ଦ୍ରାବତୀ ଡ୍ୟାମ ସର୍କଲ ଅଧୀନରେ ପ୍ରକଳ୍ପ ମେଡ଼ିକାଲ ଓ ପ୍ରକଳ୍ପ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଅଛି ବୋଲି ବିଭିନ୍ନ ବିଭଗୀୟ ଅଧିକାରୀଙ୍କ ପାଇଁ ଗାଡି ଭଡାରେ ଲାଗିଲା ,ମେଡ଼ିକାଲ ପାଇଁ ଆମ୍ବୁଲାନ୍ସ ଟିଏ ଲାଗିଲାନି 

ଇନ୍ଦ୍ରାବତୀ ଓ କୋଲାବ ବେସିନ ତଥା ଇନ୍ଦ୍ରାବତୀ ଡ୍ୟାମ ସର୍କଲ ଅଧୀନରେ ପ୍ରକଳ୍ପ ମେଡ଼ିକାଲ ଓ ପ୍ରକଳ୍ପ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଅଛି ବୋଲି ବିଭିନ୍ନ ବିଭଗୀୟ ଅଧିକାରୀଙ୍କ ପାଇଁ ଗାଡି ଭଡାରେ ଲାଗିଲା ,ମେଡ଼ିକାଲ ପାଇଁ ଆମ୍ବୁଲାନ୍ସ ଟିଏ ଲାଗିଲାନି 

ତେନ୍ତୁଳିଖୁଣ୍ଟି ୦୩ /୧୦/୨୩ – ଇଂଜିନିୟରିଂ କ୍ୟାଡ଼ର ପୁନର୍ଗଠନ କଣ ହେଲା ଯେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା କୁ ଶ୍ରୀ ହୀନ କରି ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ସମେତ ଗୁଣ ମିୟନ୍ତ୍ରଣ କାର୍ଯ୍ୟାଳୟ ଇନ୍ଦ୍ରାବତୀ (ଖାତିଗୁଡା)ରୁ ଉଠାଇ ନିଆଗଲା। କ୍ୟାଡ଼ର ପୁନର୍ଗଠନ ରେ ଉଠିଯିବା ପରେ ପରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ର ସିଭିଲ ବିଙ୍ଗ ଜଳ ସଂପଦ ଅଧିନ କୁ ଆସି ନାମ ପରିବର୍ତ୍ତିତ ହୋଇ ଇନ୍ଦ୍ରାବତୀ ଡ୍ୟାମ ସର୍କଲ କରାଗଲା । ଏହି କାର୍ଯ୍ୟାଳୟ ଅଧିକ ରେ ପୂର୍ବ ଭଲି ସମସ୍ତ ଅଫିସ ସମେତ ପ୍ରକଳ୍ପ ମେଡ଼ିକାଲ ଓ ପ୍ରକଳ୍ପ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି। ବୈଷୟିକ କର୍ମଚାରୀ ର ଅଭାବ କିଛିଟା ପୂରଣ ହୋଇଛି । ପୂର୍ବଭଳି ପୋଡ଼ାଗଡ଼ ମୁରାନ ମେକାନିକାଲ ଡିଭିଜନ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ଅଧିକାରୀ ଙ୍କ ପାଇଁ ଗାଡି ଭଡାରେ ଲାଗୁଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷରୁ ଗାଡି ସଂଖ୍ୟା ବୃଦ୍ଧି ପାଇ ଆଠ ରେ ପହଞ୍ଚିଛି । କିନ୍ତୁ ମେଡ଼ିକାଲ ପାଇଁ ଆମ୍ବୁଲାନ୍ସ ଭଡା ରେ ଲଗାଇବା ଭୁଲିଗଲେ କର୍ତ୍ତୃପକ୍ଷ। ପ୍ରକଳ୍ପ ରେ କାର୍ଯ୍ୟପାରିସର ବୃଦ୍ଧି ପାଇନଥିଲେ ବି ଗାଡି ବୃଦ୍ଧି କଲେ ମେଡ଼ିକାଲ କଥା ଭୁଲିଗଲେ। ପ୍ରତି କ୍ଷେତ୍ରରେ ମେଡ଼ିକାଲ କୁ ଅବହେଳା କରାଯାଉଛି।   

ପ୍ରକଳ୍ପ ମେଡ଼ିକାଲ କୁ ସ୍ଥାଣୁ କରି ପକାଇ ଦେଇଥିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ,ଗତ ବର୍ଷ ଇନ୍ଦ୍ରାବତୀ ନାଗରିକ ମଞ୍ଚ ତଥା ସ୍ଥାନୀୟ ଖବରଦାତା ମାନେ ମୁଖ୍ୟ ଯନ୍ତ୍ରୀ ଶତ୍ରୁଘ୍ନ ମହାରଣା ତ ଥା ତତ୍କାଳୀନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟି ଆଲୋଚନା ବେଳେ ମାର୍ଚ୍ଚ ମାସରୁ ସ୍ଥିତି ରେ ସୁଧାର ଆସିଯିବ ,ଆମେ ଆମ୍ବୁଲାନ୍ସ ମେଡ଼ିକାଲ କୁ ଯୋଗାଇବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୁଧାର ତ ଦୂରର କଥା ପ୍ରକଳ୍ପ ମେଡ଼ିକାଲ ପାଇଁ ଟଙ୍କାଟିଏ ପ୍ରବଧାନ କରୁଥିବା ଦେଖାଯାଉନି। ଚାରି ରୁ ଛ ସୁଇପର ପୋଡ଼ାଗଡ଼ ବିଭାଗ ଅଧୀନକୁ କୁସୁମଖୁଣ୍ଟି ରୁ ଆସିଛନ୍ତି ସେମାନଙ୍କ କାର୍ଯ୍ୟପରିସର ନାହିଁ ଅଥଚ ମେଡ଼ିକାଲ ରେ ଆବଶ୍ୟକତା ଥିଲେ ମଧ୍ୟ ସ୍ଥାୟୀ ଭାବେ ସୁଇପର ଯୋଗାଇ ଦିଆଯାଇନି। କାର୍ଯ୍ୟପରିସର ବୃଦ୍ଧି ପାଇ ନ ଥିଲେବି ଗାଡି ସଂଖ୍ୟା ବୃଦ୍ଧି ପାଇଲା କାର୍ଯ୍ୟାଳୟ ର ଖର୍ଚ୍ଚ ବୃଦ୍ଧି କରାଗଲା ମାସିକ ଦୁଇ ଶହ ଲିଟର ଫୁଏଲ ବାବଦରେ ଖର୍ଚ୍ଚ ହେବ। କିନ୍ତୁ ପ୍ରକଳ୍ପ ମେଡ଼ିକାଲ ର ଆମ୍ବୁଲାନ୍ସ କୁ ପନ୍ଦର ବର୍ଷ ହୋଇ ଯାଇଥିବାରୁ ସ୍କାରପ କରି ଦିଆଗଲା ,ସେପଟେ 108 ଆମ୍ବୁଲାନ୍ସ ପ୍ରକଳ୍ପ ମେଡ଼ିକାଲ ସହ ସଂଯୋଗ କରା ଯାଇ ନ ଥିବା ବେଳେ ମେଡ଼ିକାଲ ର ଗୁରୁତର ରୋଗୀ ତଥା ଏହି ଅଞ୍ଚଳବାସୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ନାହିଁ। ତୁରନ୍ତ ପ୍ରକଳ୍ପ ମେଡ଼ିକାଲ ପାଇଁ ଆମ୍ବୁଲାନ୍ସ ପ୍ରକଳ୍ପ କର୍ତ୍ତୃପକ୍ଷ ଯୋଗାଇବା ସହ ମେଡ଼ିକାଲ କୁ ଆବଶ୍ୟକ ସୁଇପର ଅଟେଣ୍ଡାଣ୍ଟ ଯୋଗାଇବା ପାଇଁ ନାଗରିକ ମଞ୍ଚ ଦାବୀ ରଖିଛି। ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ ଦାବୀ ରଖିଛି ନଚେତ ଦଶହରା ପରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭୌତିକ ଚିକିତ୍ସାରେ ବୋଡ଼େନ ବ୍ଲକ ର ପ୍ରଥମ କୃତିତ୍ୱ ଅର୍ଜନ କଲେ ସଚିନ ବେହେରା

Sunil Chandra Nayak

Honorable MP Mr.Bhartruhari Mahatab feliciated by ACA.

masiha

ଶ୍ରୀଜଗନ୍ନାଥଙ୍କ ଜମିଜବର ଦଖଲ : ତଦନ୍ତ ପାଇଁ ଉପ ଜିଲ୍ଲାପାଳଙ୍କୁ ଭେଟିଲେ ଜନମଙ୍ଗଳ, ରାସୋଳର ସେବକ,ସେବିକା 

Sunil Chandra Nayak

Leave a Comment

error: Content is protected !!