ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ଅଶୋକ ମହାନ୍ତି ଙ୍କ ବାଜିମାତ

ବିଜେପି ହାତରେ ଅଧ୍ୟକ୍ଷ ପଦ ।

୨୪୬୧ ଭୋଟ ବ୍ୟବଧାନ ରେ ବିଜୟୀ ।
୯ବିଜେଡି ଓ ୫ ବିଜେପି କାଉନସିଲର ବିଜୟୀ।

ଧର୍ମଗଡ:୨୬/୩/୨୨:

ପୌର ନିର୍ବାଚନ ରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଜେପି ବାଜିମାତ କରିଛି । ଭାଜପା ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ବିଜୟୀ ହେଇଛନ୍ତି । ଭାଜପା ପ୍ରାର୍ଥୀ ଶ୍ରୀ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ମୁନି ଙ୍କୁ ୨୪୬୧ ଭୋଟ ବ୍ୟବଧାନ ରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ମୁନି ୩୪୩୩ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ଅଶୋକ ମହାନ୍ତି ୫୮୯୪ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ନାଏକ ମାତ୍ର ୩୨୭ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି । ସେହିପରି କାଉନସିଲର ନିର୍ବାଚନ ରେ ବିଜେଡି ୯ ଟି ଆସନ ଅକ୍ତିଆର କରିଥିବା ବେଳେ ଭାଜପା ୫ ଟି ଆସନ ପାଇଛି । କଂଗ୍ରେସ ଖାତା ଖୋଲି ପାରି ନାହିଁ । ଧର୍ମଗଡ ଏନଏସି ରେ ନୋଟା ରେ ୧୧୯ ଖଣ୍ଡ ଭୋଟ ପଡିଛି । ସୂଚନା ଯୋଗ୍ୟ ଯେ ବିଜେଡି ଅଧକ୍ଷ ପ୍ରାର୍ଥୀ କୌଣସି ୱାର୍ଡ ରେ ମଧ୍ୟ ଲିଡ କରିନାହାନ୍ତି । ଏପରିକି ବିଜେଡି ହାତେଇଥିବା ୯ ୱାର୍ଡ ରେ କାଉନସିଲର ମାନେ ବିଜୟୀ ହୋଇଥିବା ବେଳେ ଅଧ୍ୟକ୍ଷ ପ୍ରାର୍ଥୀ ଏହି ସବୁ ୱାର୍ଡ ରେ ବହୁ ପଛରେ ରହି ଯାଇଛନ୍ତି । ଧର୍ମଗଡ ସହର ଜନସାଧାରଣ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ଶ୍ରୀ ମହାନ୍ତି କୃତଜ୍ଞତା ଜ୍ଞାପନ କରିବା ସହ ଧର୍ମଗଡ କୁ ଏକ ମଡେଲ ଓ ବିକଶିତ ଏନଏସି ଭାବେ ଗଢି ତୋଳିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପକ୍ଷରୁ ଖଡ଼ିଆଳ ଏନଏସି ଚେରମେନ ଙ୍କୁ ସ୍ୱାଗତ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଏକାଦଶ ଅଧ୍ଯାୟର ସାରକଥା–୧୧

Sunil Chandra Nayak

ବିସ୍ମୟ ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଶତବାର୍ଷିକୀ ପାଳନ

Sunil Chandra Nayak

Leave a Comment

error: Content is protected !!