ବିଜେପି ହାତରେ ଅଧ୍ୟକ୍ଷ ପଦ ।
୨୪୬୧ ଭୋଟ ବ୍ୟବଧାନ ରେ ବିଜୟୀ ।
୯ବିଜେଡି ଓ ୫ ବିଜେପି କାଉନସିଲର ବିଜୟୀ।
ଧର୍ମଗଡ:୨୬/୩/୨୨:
ପୌର ନିର୍ବାଚନ ରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଜେପି ବାଜିମାତ କରିଛି । ଭାଜପା ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ବିଜୟୀ ହେଇଛନ୍ତି । ଭାଜପା ପ୍ରାର୍ଥୀ ଶ୍ରୀ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ମୁନି ଙ୍କୁ ୨୪୬୧ ଭୋଟ ବ୍ୟବଧାନ ରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ମୁନି ୩୪୩୩ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ଅଶୋକ ମହାନ୍ତି ୫୮୯୪ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ନାଏକ ମାତ୍ର ୩୨୭ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି । ସେହିପରି କାଉନସିଲର ନିର୍ବାଚନ ରେ ବିଜେଡି ୯ ଟି ଆସନ ଅକ୍ତିଆର କରିଥିବା ବେଳେ ଭାଜପା ୫ ଟି ଆସନ ପାଇଛି । କଂଗ୍ରେସ ଖାତା ଖୋଲି ପାରି ନାହିଁ । ଧର୍ମଗଡ ଏନଏସି ରେ ନୋଟା ରେ ୧୧୯ ଖଣ୍ଡ ଭୋଟ ପଡିଛି । ସୂଚନା ଯୋଗ୍ୟ ଯେ ବିଜେଡି ଅଧକ୍ଷ ପ୍ରାର୍ଥୀ କୌଣସି ୱାର୍ଡ ରେ ମଧ୍ୟ ଲିଡ କରିନାହାନ୍ତି । ଏପରିକି ବିଜେଡି ହାତେଇଥିବା ୯ ୱାର୍ଡ ରେ କାଉନସିଲର ମାନେ ବିଜୟୀ ହୋଇଥିବା ବେଳେ ଅଧ୍ୟକ୍ଷ ପ୍ରାର୍ଥୀ ଏହି ସବୁ ୱାର୍ଡ ରେ ବହୁ ପଛରେ ରହି ଯାଇଛନ୍ତି । ଧର୍ମଗଡ ସହର ଜନସାଧାରଣ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ଶ୍ରୀ ମହାନ୍ତି କୃତଜ୍ଞତା ଜ୍ଞାପନ କରିବା ସହ ଧର୍ମଗଡ କୁ ଏକ ମଡେଲ ଓ ବିକଶିତ ଏନଏସି ଭାବେ ଗଢି ତୋଳିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।