ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ ର ଧର୍ମଘଟ କୁ ସମର୍ଥନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି. କର୍ମଚାରୀ ମାନଙ୍କ ସମସ୍ୟା ପୂରଣ କରିବାକୁ ଦାବୀ

ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ ର ଧର୍ମଘଟ କୁ ସମର୍ଥନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି. କର୍ମଚାରୀ ମାନଙ୍କ ସମସ୍ୟା ପୂରଣ କରିବାକୁ ଦାବୀ

ବଲାଙ୍ଗିର ମୁଖ୍ୟ ଡାକଘର ସମ୍ମୁଖରେ ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ ର ଦେଶବ୍ୟାପି ଦିନିକିଆ ଧର୍ମଘଟ କୁ ବିଶିଷ୍ଟ ଶ୍ରମିକ ନେତା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମର୍ଥନ ଜଣାଇଥିଲେ l ଗ୍ରାମୀଣ ଡାକ ସେବକ ୟୁନିଅନ ର ପ୍ରମୁଖ ଦାବୀ ହେଲା ଦେଶର ୧ ଲକ୍ଷ ୫୬ ହଜାର ଡାକଘର ରେ ୨ ଲକ୍ଷ ୭୨ ହଜାର ଗ୍ରାମୀଣ ଡାକ ସେବକ (ଜିଡ଼ିଏସ )ଶହେ କୋଟି ରୁ ଉର୍ଦ୍ଧ ନାଗରିକ ଙ୍କୁ ଡାକ ସେବା ଯୋଗାଇ ଦେଉଛନ୍ତି l ତେଣୁ ଜିଡ଼ିଏସ ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା,ଚାକିରୀ ର ୬୫ବର୍ଷ ଅବସର ପରେ ପେନସନ ପ୍ରଦାନ, ପ୍ରତି ୧୨ ବର୍ଷ ରେ ଥରେ ଲେଖାଏଁ ପଦୋନ୍ନତି, ଟିଏ ଡିଏ ପ୍ରଦାନ, ଗ୍ରାଚୁଇଟି ୫ ଲକ୍ଷ କୁ ବୃଦ୍ଧି, ଗ୍ରୁପ ବୀମା ୫ ଲକ୍ଷ ଟଙ୍କା ପ୍ରଦାନ,ମହିଳା ଜିଡ଼ିଏସ ମାନଙ୍କୁ ୬ ମାସ ପ୍ରସବ କାଳୀନ ଛୁଟି,୧୮0 ଦିନ ର ଲିଭ ସରେଣ୍ଡର,ଚାକିରୀ କାଳ ମଧ୍ୟରେ ମୃତ୍ୟୁ କ୍ଷେତ୍ରରେ ପରିବାର ସଦସ୍ୟ ଙ୍କୁ ନିଯୁକ୍ତି, ଜିଡ଼ିଏସ ମାନଙ୍କ ସପକ୍ଷରେ କମଲେଶ ଚନ୍ଦ୍ର କମିଟି ସୁପାରିଶ କୁ କାର୍ଯ୍ୟକାରୀ କରିବାକୁ ସଂଘ ତରଫରୁ କରାଯାଇଥିବା ଦାବୀ ଗୁଡିକ ର ଯଥାର୍ଥତା କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମର୍ଥନ ଜଣାଇଥିଲେ l କେନ୍ଦ୍ର ସରକାର ତୁରନ୍ତ ଗ୍ରାମୀଣ ଡାକ ସେବକ ମାନଙ୍କ ନ୍ୟାୟସଙ୍ଗତ ଦାବୀ ଗୁଡିକୁ ପୂରଣ କରିବା ଉଚିତ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ନଚେତ ଆଗାମୀ ଅଧିବେଶନ ରେ ଜିଡ଼ିଏସ ମାନଙ୍କ ଦାବୀ ସଂସଦ ରେ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଥିଲେ l ଧର୍ମଘଟ ରେ ବଲାଙ୍ଗିର ଡିଭିଜନ ସଭାପତି ଜୟକୃଷ୍ଣ ସାହୁ, ମଣ୍ଡଳ ସମ୍ପାଦକ ଦଶରଥ ଦାଶ ଉଦବୋଧନ ଦେଇଥିଲେ l ବଲାଙ୍ଗିର ଜ଼ିଲ୍ଲା ର ସମସ୍ତ ଡାକ ସେବକ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଜନଗଣନା ଅଧିକାରୀଙ୍କ ସମୀକ୍ଷା ବୈଠକ

ଇସ୍ପାତ ନଗରୀ ରେ ପହିଲିରଜ ଧୁମଧାମରେ ପାଳିତ

masiha

ଜନ୍ମଗତ ହୃଦରୋଗରେ ଆକ୍ରାନ୍ତ ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏକ ବରଦାନ

masiha

Leave a Comment

error: Content is protected !!