ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀ ସାହୁ ଜିଲ୍ଲା ପରିଷଦ ସଦସ୍ୟ ପଦରୁ ଇସ୍ତଫା 

ରୁପ୍ରା : କଳାହାଣ୍ଡି ଜିଲ୍ଲା ସଦର ବ୍ଲକ୍ ଅଧିନ ଜିଲ୍ଲା ପରିଷଦ ଜୋନ୍ ନଂ ୪ ର ନବ ନିର୍ବାଚିତ ସଦସ୍ୟା ଶ୍ରୀମତି ଲକ୍ଷ୍ମୀ ସାହୁ ହଠାତ୍ ଆଜି ଜିଲ୍ଲା ପରିଷଦ ସଦସ୍ୟା ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ସେ ତାଙ୍କର ଇସ୍ତଫା ପତ୍ର କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗାଭାଲି ପରାଗ ହର୍ଷଦଙ୍କୁ ପ୍ରଦାନ କରିଥିବା ବେଳେ ଏହା ଜଣାପଡିବା ପରେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ଜଣାପଡିଛି । ନିଜ ପ୍ରତିକ୍ରୀୟାରେ ଶ୍ରୀମତି ସାହୁ କହିଛନ୍ତି ସେ ସବୁବେଳେ ନବୀନ ପଟ୍ଟନାୟକ ସରକାର ସହ ରହିଛନ୍ତି ଓ ବିଜେଡିର ଜଣେ ସକ୍ରୀୟ କାର୍ଯ୍ୟକର୍ତ୍ତା ଭାବରେ ରହି କାର୍ଯ୍ୟକରିବେ ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି ।ଏଠାରେ ପ୍ରକାଶ ଯୋଗ୍ୟ ଯେ ,   ଶ୍ରୀମତି ଲକ୍ଷ୍ମୀ ସାହୁ ବିଜେଡି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଟିକେଲାଲ୍ ସାହୁଙ୍କ ଧର୍ମପତ୍ନୀ ଅଟନ୍ତି ।ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଯେଉଁଠି ଦେବାଦେବୀ ଙ୍କ ପାଇଁ ଘର କିମ୍ବା ମନ୍ଦିର ନାହିଁ, ସେଠାରେ ଥିବା ଗରିବ ଲୋକଙ୍କ ଘର ଅଛି କି ନାହିଁ ସେକଥା ପଚାରେ କିଏ

Sunil Chandra Nayak

ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ବିଧିମତେ ସମ୍ପନ୍ନ

Sunil Chandra Nayak

ରୁପ୍ରା ରୋଡ ଠାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!