ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ଓକିଳ ସଂଘର ନିର୍ବାଚନ, ସଭାପତି ହେଲେ ବରିଷ୍ଠ ଆଇନଜବୀ ଦିନେଶ କୁମାର ତିଓ୍ବାରୀ

ନୂଆପଡା ଜିଲ୍ଲା ଖଡିଆଳ ଓକିଳ ସଂଘର ସଭାପତି ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବରେ ବରିଷ୍ଠ ଆଇନଜିବୀ ଦିନେଶ କୁମାର ତିୱାରୀ ଓ ତୁଳସୀରାମ ହରିଜନ ମଧ୍ୟରେ ପ୍ରତିଦୂତା ହୋଇଥିଲା। ଏଥିରେ ଦିନେଶ କୁମାର ତିୱାରୀ ୨୦ ଖଣ୍ଡ ଭୋଟ ପାଇଥିବା ବେଲେ ତୁଲସୀରାମ ହରିଜନ ୧୨ ଖଣ୍ଡ ଭୋଟ ପାଇଥିଲେ । ଅଧିକ ୮ ଖଣ୍ଡ ଭୋଟ ପାଇ ଦିନେଶ କୁମାର ତିୱାରୀ ଖଡିଆଳ ଓକିଲ ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସୂଚନା ଥାଉକି ଗତ ମାର୍ଚ୍ଚ ୧୨ ତାରିଖରେ ଉପ – ସଭାପତି ଭାବରେ ଆଇନଜିବୀ କିଶୋର ବାଗ, ସମ୍ପାଦକ ଭାବରେ ଦ୍ଵିତିକୃଷ୍ଣ ବେହେରା, ସହ ସମ୍ପାଦକ ଭାବରେ ସତ୍ୟବାନ ଭୋଇ, କୋଷାଧ୍ୟକ୍ଷ ଭାବରେ ମନୋରଜଂନ ମହାପାତ୍ର, ଲାଇବ୍ରେରୀ ସମ୍ପାଦକ ଭାବରେ ଜୀତେନ୍ଦ୍ର କୁମାର ପ୍ରଧାନୀ ନିଦ୍ଵନ୍ଦ ରେ ନିର୍ବାଚିତ ହୋଇଥିଲେ । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବରେ ଅରୁଣ କୁମାର ସୁନା, ପାଣ୍ଡବ କୁମ୍ଭାର, ସଂଜୟ କୁମାର ମହାପାତ୍ର, ସତ୍ୟ ପ୍ରିୟ ମୁଣ୍ଡ, ସୁବ୍ରତ କୁମାର ସେନାପତି ମନୋନିତ ହୋଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କ୍ୟାବିନେଟ ନିଷ୍ପତ୍ତି : ୪ ଜିଲ୍ଲାର ୨୦ଟି ବ୍ଲକରେ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ପଞ୍ଚମ ସ୍ବରୂପ  ମାତା ସ୍କନ୍ଦମାତା

Sunil Chandra Nayak

ଡିସିବି ବ୍ୟାଙ୍କର ଗ୍ରାହକ ମେଳା

Sunil Chandra Nayak

Leave a Comment

error: Content is protected !!