ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗ୍ରାହକ ସେବାକେନ୍ଦ୍ରରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

ଗ୍ରାହକ ସେବାକେନ୍ଦ୍ରରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

କୋକସରା,୯/୧୦ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ଗ୍ରାମର ଜଗଦୀଶ ଚନ୍ଦ୍ର ସିଂ (୩୦) ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ନିଜ ନାମରେ ଖୋଲି ବ୍ୟାଙ୍କ ସେବା ପ୍ରଦାନ କରି ଆସୁଥିଲେ। ହେଲେ ଗ୍ରାହକ ସେବାକେନ୍ଦ୍ରରେ ଆଵାସ ଯୋଜନା, କୃଷିଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ଓ ଫାଇନାନ୍ସ କମ୍ପାନୀରୁ ଋଣ ପାଇଥିବା ହିତାଧିକାରୀ ଓ ଅନ୍ୟ ଜମାକାରୀଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଟିପ ଚିହ୍ନ ନେଇ ସେମାନଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଫେରାର ମାରିଥିଲେ। ଗ୍ରାହକ ସେବା କେନ୍ଦ୍ର ବନ୍ଦ ରହିବା ପରେ ଜମାକାରୀ ମାନେ ନିଜ ଆକାଉଣ୍ଟ ଚେକ କରିବା ବେଳକୁ ସେମାନଙ୍କ ସଞ୍ଚୟ ଜମାଖାତାରୁ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ପରେ ଏନେଇ ଜମାକାରୀ ମାନେ ଆମପାଣି ଷ୍ଟେଟ ବ୍ୟାଙ୍କ ପରିଚାଳକଙ୍କୁ ଅଭିଯୋଗ କରିବା ପରେ ବ୍ୟାଙ୍କ ପକ୍ଷରୁ ସମସ୍ତ ଅଭିଯୋଗ କାରୀ ଜମାକାରୀଙ୍କ ଏକାଉଣ୍ଟରୁ ଜଗଦୀଶ ସିଂ ନିଜ ଏକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଥିଲା । ପରେ ବ୍ୟାଙ୍କ ମ୍ୟାନେଜର ବୈଚନ୍ଦ୍ର ବେଶ୍ରା ଗତ ୦୮/୦୮/୨୩ ରେ ଏ ସଂକ୍ରାନ୍ତରେ ଆମପାଣି ଥାନାରେ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ନାଁରେ ଅଭିଯୋଗ କରିଥିଲେ। ଆମପାଣି ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ଫେରାର ଥିବା ଜଗଦୀଶର ମୋବାଇଲ ଟ୍ରାକିଂ ଜାରି ରଖିଥିଲା । ଫେରାର ଯୁବକ ତାମିଲନାଡୁ ରାଜ୍ୟରେ ତ୍ରିପୁରରେ ଥିବା ପ୍ରଥମେ ଟ୍ରାକିଂରେ ଜଣାପଡିବା ପରେ ଏହା ଭିତରେ ଜଗଦୀଶ ଅନ୍ୟ ସିମ କାର୍ଡ ବଦଳାଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଶଶୁର ଘରେ ଆତ୍ମଗୋପନ କରିଥିବା ନେଇ ପୋଲିସ ଖବର ପାଇ ଏକ ଟିମ ଗଠନ କରି ପାଟଣାଗଡରୁ ଜଗଦୀଶକୁ ଗିରଫ କରିଥିଲା ଆମପାଣି ପୋଲିସ। ଗିରଫ ପରେ ଆମପାଣି ଥାନାରେ ଆଣି ଅଟକ ରଖି ପଚରାଉଚୁରା କରିବା ପରେ ସମସ୍ତ ତଥ୍ୟ ହସ୍ତଗତ କରିଛି ପୋଲିସ। ଅଭିଯୁକ୍ତ ନିକଟରୁ ନଗଦ ୧ ଲକ୍ଷ ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରିଛି। ମୋଟ ୨୬ ଜଣ ଜମାକାରୀଙ୍କ ୮ ଲକ୍ଷ ୧୪ ହଜାର ୫ ଶହ ଟଙ୍କା ହଡପ କରିଥିବା ବର୍ତ୍ତମାନ ଜଣା ପଡିଥିବା ବେଳେ ଦୀର୍ଘ ବର୍ଷରୁ ଶହ ଶହ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ହଡପ କରିଥିବା ଗାଁ ଗାଁରେ ଚର୍ଚ୍ଚା ହେଉଛି । ଏନେଇ ଆମପାଣି ଥାନା କେଶ ନମ୍ବର ୭୧/୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରବିବାର ଅଭିଯୁକ୍ତ ଜଗଦୀଶ ଚନ୍ଦ୍ର ସିଂକୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ର ବଡ଼ ସଫଳତା ୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ୍ ସୁଗାର ଜବତ ୧ ଅଭିଯୁକ୍ତ ଗିରଫ କୋଟ୍ ଚାଲାଣ 

Sunil Chandra Nayak

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

Sunil Chandra Nayak

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ 

Sunil Chandra Nayak

Leave a Comment

error: Content is protected !!