ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ରାଜପଥ ଉପରେ ଚାଲୁଛି ସାପ୍ତାହିକ ହାଟ; ଆମ୍ବୁଲାନ୍ସ, ଯାତ୍ରୀବାହୀ ପରିବହନ,ଗାଡ଼ି,ମୋଟର ଯାତାୟାତ ବାଧାପ୍ରାପ୍ତ; ବାରମ୍ବାର ଦୁର୍ଘଟଣା;ପ୍ରଶାସନ ନିରବଦ୍ରଷ୍ଟା

ରାଜ୍ୟ ରାଜପଥ ଉପରେ ଚାଲୁଛି ସାପ୍ତାହିକ ହାଟ; ଆମ୍ବୁଲାନ୍ସ, ଯାତ୍ରୀବାହୀ ପରିବହନ,ଗାଡ଼ି,ମୋଟର ଯାତାୟାତ ବାଧାପ୍ରାପ୍ତ; ବାରମ୍ବାର ଦୁର୍ଘଟଣା;ପ୍ରଶାସନ ନିରବଦ୍ରଷ୍ଟା

 ମୟୂରଭଞ୍ଜ – ୧୧/୧୦ ( ମସିହା) ଓଡ଼ିଶାର ସର୍ବବୃହତ୍ତମ ମୟୂରଭଞ୍ଜ ଜିଲ୍ଲା ।ବିଶାଳ ବିସ୍ତୀର୍ଣ୍ଣ ସରକାରୀ,ଗୋଚର ଜମି ଉପଲବ୍ଧ ।ହେଲେ ସରକାରୀ ଜମି କାମରେ ଲାଗୁନାହିଁ ।ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବିଜାତଳା ବ୍ଳକର ବୁଧବାର ଦିନ ସାପ୍ତାହିକ ହାଟ । ଵିଜାତଳା ସାପ୍ତାହିକ ହାଟ ଟି ହାଟ ପଡ଼ିଆରେ ବସିବା ସହ ରାଜ୍ୟ ରାଜପଥ ଉଭୟ ରାସ୍ତା ପାର୍ଶ୍ବରେ ହାଟ ଚାଲୁଛି ।ହାଟକୁ ଲାଗି , ସ୍କୁଲ, ତହସିଲ, ପଞ୍ଚାୟତ ,ବ୍ଳକ, ବ୍ୟାଙ୍କ , ସରକାରୀ ଡାକ୍ତରଖାନା,କୃଷି କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଅବସ୍ଥିତ। ଏହି ରାସ୍ତା ଦେଇ ଭାରି ଯାନ,ବସ,ଛୋଟ ବଡ଼ ଗାଡ଼ି , ବାଇକ୍ ଆରୋହୀ ଆମ୍ବୁଲାନ୍ସ,ଚାଲୁଛି । ଏହି ହାଟ ଉପରେ ରାଇରଙ୍ଗପୁର ,ବିଶୋଇ ,କୁସୁମୀ ବ୍ଳକର ଲୋକ ନିର୍ଭର କରନ୍ତି ।ପ୍ରବଳ ଭିଡ଼ ହୁଏ । ରାସ୍ତା ଭିଡ଼ ଯୋଗୁଁ ଆମ୍ବୁଲାନ୍ସରେ ଯାଉଥିବା ରୋଗୀ, ଦୁର୍ଘଟଣା ଗ୍ରସ୍ତ ଲୋକେ ଓ ଗର୍ଭବତୀ ମହିଳା ମାନେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ପାରନ୍ତି ନାହିଁ । ରାସ୍ତାରେ ମଧ୍ୟ ପ୍ରସବ କରିବାକୁ ବାଧ୍ୟ ହୁଅନ୍ତି । ରାସ୍ତା ଭିଡ଼ ଯୋଗୁଁ ଦୂରଦୂରାନ୍ତରୁ ଲୋକେ ଯିବା ଆସିବାରେ ବହୁ ବାଧାବିଘ୍ନ ପଡନ୍ତି । ବୁଧବାର ସାପ୍ତାହିକ ହାଟରେ ହାଟ ଵେପାରୀ ମାନେ ସ୍ଥାନ ଅଭାବରୁ ନିଜ ଜୀବନକୁ ପାଣି ଛଡାଇ ରାସ୍ତଉଭୟ ପାର୍ଶ୍ଵରେ ଦୋକାନ ପସରା ମେଲାଇ ଥାଆନ୍ତି ପେଟ ଚାଖଣ୍ଡେ ପାଇଁ ।ହାଟରୁ ଦୁଇ ପଇସା ଲାଭ କଲେ ଘର ଲୋକଙ୍କ ମୁହଁରେ ଦାନା ଯୋଗାଇବେ ।!କେତେବେଳେ କ’ଣ ଅଘଟଣ ନ ଘଟିବ କିଛି କହିବ ହେବ ନାହିଁ । ମଝିରେ ମଝିରେ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ ।କେତେବେଳେ ଯେ ଭାରି ଯାନ ହେଉ ଅବା ଲଘୁ ଯାନ‌ହେଉ ଭାରସାମ୍ୟ ହରାଇ ରାସ୍ତା କଡ ଦୋକାନୀଙ୍କ ଉପରେ ଚଢି ନ ଯିବ ଏବଂ ବିଚରା ଗରୀବ ଦୋକାନୀର ପ୍ରାଣବାୟୁ ଉଡି ନ ଯିବ କେହି କହି ପାରିବେ ନାହିଁ ! ହାଟ ପଟାଦାର ବା କ’ଣ କରିବ ? ରାଜସ୍ଵ ବିଭାଗ,ହାଟ ପଟାଦାର ପଞ୍ଚାୟତ ବିଭାଗ ,ପୋଲିସ ବିଭାଗ, ଜନ ପ୍ରତିନିଧି ଏବଂ ସ୍ଥାନୀୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସ୍ବେଛାସେବୀ,ବ୍ଳକ ପ୍ରଶାସନ ମିଳିତ ବୈଠକ କରି ଏହାର ସ୍ଥାୟୀ ସମାଧାନ ପାଇଁ ବାଟ ଫିଟାଇବାକୁ ସାଧାରଣରେ ଦାବି ହେଉଛି ।ନଚେତ୍ ଦୁର୍ଘଟଣା ଘଟିଲେ ଆମେ କେହି ଦୁର୍ଲଭ ଜୀବନ ଫେରାଇ ପାରିବା ନାହିଁ ।ବେଳ ଥାଉଁ ଥାଉଁ ସମସ୍ତେ ସାବଧାନ ହେବ ଅତ୍ୟନ୍ତ ଆବଶ୍ୟକ ଅଟେ ।ଵଇଜଆତଳଆ ତହସିଲ ଅଧିନରେ ବହୁ ସରକାରୀ ସ୍ଥାନ ପଡ଼ି ରହିଛି । ସମସ୍ତଙ୍କ ସୁବିଧା ଦେଖି ପ୍ରଶାସନ କିଛି ଆଶୁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

“Fake Caste Certificates Rob Constitutional rights of SCs & STs..MP Niranjan Bishi Demands Crackdown”

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଭାରତୀୟ ମଜଦୁର ସଂଘର ୧୪୭ତମ କାର୍ଯ୍ଯକାରିଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!