ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୧/୧୦ // ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସରିଛି, ହେଲେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜାରି ରହିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। ମଙ୍ଗଳବାର କୋକସରା ବ୍ଲକ ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ କୋକସରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଜନାର୍ଦ୍ଦନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସଂସ୍କାର ଭାରତୀର ଜିଲ୍ଲା ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର, ସଂସ୍କାର ଭାରତୀ ସଂଯୋଜକ ହରେକୃଷ୍ଣ ଭୋଇ, ଜଗନ୍ନାଥ ସଂସ୍କୃତି ଜିଲ୍ଲା ସଭାପତି ଦୁଷ୍ମନ୍ତ ପୁରୋହିତ, ସଂକୀର୍ତ୍ତନ ଗୁରୁ ତଥା ନୂଆପଡା ଜିଲ୍ଲା ସଂକୀର୍ତ୍ତନ ଦଳ ସଭାପତି ଅଶୋକ ନାୟକ, କୋକସରା ବ୍ଲକ ବିଏସ୍ଏସ୍ଓ ଦୀପକ ବେହେରା, ନାସିର ମହମ୍ମଦ, ନୂଆପଡା ଜିଲ୍ଲା ସଂକୀର୍ତ୍ତନ ବିକାଶ ପରିଷଦ ସଭାପତି ଅଶୋକ କୁମାର ନାଏକ, ସଂସ୍କାର ଭାରତୀ ସଭାପତି କଲମପୁର ବ୍ଲକ ସତ୍ୟ ନାରାୟଣ ରାଜପୁତ, ଉପ ସଭାପତି ଦୟାନିଧି ବାଣୁଆ, ରଫିଉଦ୍ଧିନ ଖାଁ, ଅଧ୍ୟାପକ ଐରି ନାସନ ଚିନ୍ଦା, ଯୁବ ସମାଜସେବୀ ତ୍ରିଭୁବନ ନାଏକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଲୋକକଳା କ୍ଷେତ୍ରରେ କଳାକାରଙ୍କ ଯୋଗଦାନକୁ ନେଇ କଳାହାଣ୍ଡି ଆଜି ଗର୍ବିତ, ଓଡିଶାର ଲୋକକଳା ଆଜି ରାଜ୍ୟ ତଥା ଦେଶ ବିଦେଶରେ ଓଡ଼ିଆ କଳାକାରଙ୍କ କଳା ସୁଦୂର ପ୍ରସାରି ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଳି କହିଛନ୍ତି। ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକର ୨୨ଟି ପଞ୍ଚାୟତ ସମେତ ଜିଲ୍ଲାର କୋଣ ଅନୁକୋଣରୁ ଅନେକ ସଂକୀର୍ତ୍ତନ ଦଳର କଳାକାର ଉପସ୍ଥିତ ରହିଥିଲେ। ବ୍ଲକ ସଂକୀର୍ତ୍ତନ ସଙ୍ଘର ସଭାପତି ସୁଶିଳ କୁମାର ପଣ୍ଡା, ସମ୍ପାଦକ ବିଜୟ କୁମାର ପଣ୍ଡା, ଯୁଗଳ କିଶୋର ନାଗ, କୋଷାଧ୍ୟକ୍ଷ ଗଜିନ୍ଦ୍ର ନାଗ, ସୁନୀଲ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଲୁକ୍କାୟିତ ସଂକୀର୍ତ୍ତନ ଲୋକକଳାକୁ ଆଗାମୀ ଦିନରେ ସଂଘଠିତ କରିବାକୁ ଆହ୍ଵାନ ଦେଇଥିଲେ। ମଞ୍ଚ ପରିଚାଳନା ପଞ୍ଚକ ପୋଢ ଓ ଯୁଗଲ କିଶୋର ନାଗ କରିଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

masiha

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!