ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତୁରିଗଡିଆରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରିଗଡିଆରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର,୧୨/୧୦/୨୩- ଆମର ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ଵାନ କ୍ରମେ ‘ମୋ ମାଟି ମୋ ଦେଶ’ ଅଭିଯାନ ତା ୧୧/୧୦/୨୩ ରିଖରେ ରାଜ୍ୟ ବିଜେପି ଯୁବମର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ମନୀଷା ଚିନ୍ମୟୀ ବେହେରା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସl ସାହୁ, ମଣ୍ଡଳ ସଭାପତି ମହେଶ୍ୱର ନାଥ, ମଣ୍ଡଳ ପ୍ରଭାରୀ ନୀଳାମ୍ବର ପଣ୍ଡା, ଯୁବନେତା ଅଣୁମାଧବ ପଣ୍ଡା, ନୀଳମାଧବ ପଣ୍ଡା, ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ , ବରିଷ୍ଟ ନେତୃବୃନ୍ଦ, ବିଜେପି କର୍ମୀ ଓ ଶତାଧିକ ଜନସାଧାରଣ ସାମିଲ ହୋଇ ଦିଲ୍ଲୀରେ ହେବାକୁ ଥିବା ‘ଅମୃତ ବାଟିକା’ ପାଇଁ ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରକ୍ତତୀର୍ଥ ତୁଡ଼ିଗଡିଆ ସହିଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ୍ ମାଟି ସଂଗ୍ରହ କରି ବା ପରେ ଘରେ ଘରେ ବୁଲି ‘ଅମୃତ କଳସ’ରେ ମାଟି ସଂଗ୍ରହ ଗଗନଧୂଳି ପଞ୍ଚାୟତରୁ ବିଶାଳ ବାଇକ୍ ଶୋଭାଯାତ୍ରାରେ ଆରମ୍ଭ କରି ୯ ଗୋଟି ପଞ୍ଚାୟତ ପରିକ୍ରମା କରିବା ପରେ ଶ୍ୟାସୁନ୍ଦରପୁର ପଞ୍ଚୟର ଗଣ୍ଡିବେଡ଼ ବଜାର ପରିକ୍ରମା କରିବା ପରେ ବାବା ଲଙ୍କେଶ୍ଵର ପଣ୍ଡିରରେ ପୂଜା କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।

     ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହେଉଛି “ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ, ପ୍ରତ୍ୟେକଟି ସମୟ ରାଷ୍ଟ୍ର ପ୍ରତି ସମର୍ପଣ ହିଁ ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କୁ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି ।” ଆଜି ଏହି ବୀରମାଟି ତୁରିଗଡିଆ ମାଟିରେ ମୋ ମାଟି ମୋ ଦେଶ ଅଭିଯାନରେ ଅଂଶଗ୍ରହଣ କରିଥିବା ସମସ୍ତ ଯୁବ ବନ୍ଧୁ, ଅଞ୍ଚଳ ବାସୀ ଓ ମା ମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଆଜିର ଏହି କାର୍ଯ୍ୟକ୍ରମକୁ ବହୁମତ ସମର୍ଥନ ଦେଇ ଅଦ୍ଭୁତ ପୂର୍ବ ସଫଳତା ପ୍ରଦାନ କରିଥିବାରୁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦାୟୀ – ସାଧାରଣରେ ଚର୍ଚ୍ଚା

masiha

ଵହଳଦାରେ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

ବିଜୁ ଜନତା ଦଳ ତରଫରୁ ଧାମନାଗୁଡ଼ା ପଞ୍ଚାୟତ ବାସୀଙ୍କ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!