ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଵଡ ଡାଳିମାରେରେ ବିକାଶର ବାର୍ତ୍ତା ନେଇ ବିଜେଡିର ମେଗା ଜନ ସଂପର୍କ ପଦଯାତ୍ରାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଯୋଗଦାନ 

ଵଡ ଡାଳିମାରେରେ ବିକାଶର ବାର୍ତ୍ତା ନେଇ ବିଜେଡିର ମେଗା ଜନ ସଂପର୍କ ପଦଯାତ୍ରାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଯୋଗଦାନ 

   ମୟୂରଭଞ୍ଜ-୧୨/୧୦ ( ମସିହା )ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଠାରୁ ଆଜି ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଥିଲା । ଦଳର ନିଷ୍ପତ୍ତିକୁ ମାନି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିରିଂ ବ୍ଳକର ବଡଡାଳିମା ପଞ୍ଚାୟତର ବଡଡାଳିମା ଗ୍ରାମରେ ଆଜି ବୁଧବାର ଦିନ ବିଜେଡ଼ିର ଜନସଂପର୍କ ପଦଯାତ୍ରାର ଅନ୍ତିମ ଉଦଯାପନ ଦିବସ ବିଜେଡି ବ୍ଳକ ସଭାପତି ବଳଦେବ ହେମ୍ବ୍ରମ ଙ୍କ ବଳିଷ୍ଠ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦଳୀୟ କର୍ମି ବଡଡାଳିମାର ଧରମଡିହି ଛକରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି,ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ବିଜେଡି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି,ବରିଷ୍ଠ ବିଜେଡ଼ି ନେତା ଅମର ସେଠୀ, ଜିଲ୍ଲା ବିଜେଡ଼ି ଉପସଭାପତି ସୁବାସ ମଣ୍ଡଳ,ଯୁବ ବିଜେଡ଼ି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସଭାପତି ରାହୁଲ ଯାଦବ, ,ଜାମଦା ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି ଏବଂ ଅନ୍ୟ ନେତୃବୃନ୍ଦ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଧରମଡିହି ଛକ ନିକଟରେ ସ୍ଥାପିତ ଥିବା ମହାନ ଆଦିବାସୀ ଜନ ନାୟକ ବାବା ତିଲିକା ମୁର୍ମୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର‌ ଶ୍ରଦ୍ଧାଞଳୀ ଜ୍ଞାପନ କରିଥିଲେ ।ପରେ ଦଳୀୟ କର୍ମୀ ନେତୃବୃନ୍ଦ ଙ୍କୁ ବାଇକ ଶୋଭାଯାତ୍ରାରେ ବଡଡାଳିମା ବଜାରର ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ।ସେଠାରୁ ନେତୃବୃନ୍ଦ ଙ୍କ ଦଳୀୟ କର୍ମୀଙ୍କ ସହ ପଦଯାତ୍ରାରେ ବଜାରରୁ ରତନସାହି ଗେଟ୍ ପର୍ଯ୍ୟନ୍ତ ଯାଇଥିଲେ ।ରାସ୍ତାରେ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ,ଦଳୀୟ କର୍ମି ଯୋଗ ଦେଇଥିଲେ । ରାସ୍ତାରେ ଆଦିବାସୀ ଯୁବ କଳାକାରମାନେ ଢୋଲ,ମାଦଳ,ବାଜା ବଜାଇ ଆକର୍ଷଣୀୟ ପାରଂପରିକ ଆଦିବାସୀ ନୃତ୍ୟ କରି ପଦଯାତ୍ରା କାଳୀଙ୍କୁ ରତନସାହି ଗେଟ୍ ପର୍ଯ୍ୟନ୍ତ ଏକ ଦଳୀୟ ସଭାମଣ୍ଡପକୁ ନେଇଥିଲେ ।ମୁଖ୍ୟ ଅତିଥି ରାଜ୍ୟ ଗଣଶିକ୍ଷା ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା,କଳାକାର ଭତ୍ତା,ଦିଵ୍ଯାଙ୍ଗ ଯୋଜନା,କାଳିଆ ଯୋଜନା, ଛାତ୍ରବୃତ୍ତି,ଶ୍ରମିକ କଲ୍ୟାଣ ଯୋଜନା,ଖାଦ୍ଯ ସୁରକ୍ଷା,ଆବାସ ଯୋଜନା,ବିଜୁ ସେତୁ,ଘରକୁ ଘର ପାଣି, ବିଜୁ ଜ୍ୟୋତି,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା,,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା, କଟକରେ ଅତ୍ୟାଧୁନିକ ନେତାଜୀ ବସଷ୍ଟାଣ୍ଡ , ଗ୍ରାମାଞ୍ଚଳରେ ଲକ୍ଷ୍ମୀ ବସ ଯୋଜନା,ମିଶନ ଶକ୍ତି ଯୋଜନା, ସହରାଞ୍ଚଳରେ ମୁକ୍ତା ଯୋଜନା,ଆଦିବାସୀ କଲ୍ୟାଣ ଯୋଜନା,ମହିଳା ବିକାଶ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ,୫ ଟି ବିଦ୍ୟାଳୟ, ସ୍ଵାସ୍ଥ୍ୟ ରୂପାନ୍ତିକରଣ ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି ।ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି କହିଥିଲେ ।ସମସ୍ତେ ଆଗାମୀ ୨୦୨୪ ନିର୍ବାଚନରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳର ସମସ୍ତ କର୍ମୀ ଏକାଠି ହୋଇ ନିଷ୍ଠାର ସହ କାମ କରିବା ଏଵଂ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେବାପାଇଁ କହିଥିଲେ ।ଜନସଂପର୍କ ପଦଯାତ୍ରାରେ ଜିଲ୍ଲା ସଂପାଦକ ଉତ୍ତମ ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା ପାର୍ଥ ସାରଥି ଷଡ଼ଙ୍ଗୀ,ତିରିଂ ବ୍ଳକର ୨୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା,ମହିଳା ଜିଲ୍ଲା ଉପସଭାପତି ଜେମାମଣି ଷୁଣ୍ଢି,୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ଯା ଶ୍ରୀମତୀ ଜନତା ବସା,ବ୍ଳକ ଉପସଭାପତି ରାଜୁ ବସା,ଯୁବ ବିଜେଡ଼ି ସଭାପତି ଜଗଦୀପ କ୍ଷେତ୍ରୀ,ବ୍ଳକ ଛାତ୍ର ବିଜେଡ଼ି ସଭାପତି ବିଜୟ ମିଶ୍ର,ବ୍ଳକ ମହିଳା ସଭାନେତ୍ରୀ କାପୁରା ମୁର୍ମୁ, ବରିଷ୍ଠ ବିଜେଡ଼ି ନେତା ଖିରୋଦ ସି,ଜୀତରାୟ ବାସ୍କେ,ଗିରିଶ ଗଡସରା,ମାହେ ଗିରି,ଅନିଲ ଗୁପ୍ତା,ରାଜେଶ ମୁର୍ମୁ,ମନୋଜ ବସାଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ସମସ୍ତ ଦଳୀୟ କର୍ମୀ ଏହି ବିଶାଳ ପଦଯାତ୍ରାର ଉଦଯାପନ ଦିବସରେ ଯୋଗଦେଇ ଶାନ୍ତି ପୂର୍ଣ୍ଣ ଭାବେ ସଫଳ କରିଥିବାରୁ ସମସ୍ତଙ୍କୁ ବ୍ଳକ ସଭାପତି ବଳଦେବ ହେମ୍ବ୍ରମ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ 

masiha

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ଅବରୋଧ

Sunil Chandra Nayak

କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ମିଶିଲେ 

masiha

Leave a Comment

error: Content is protected !!