ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ପ୍ରିୟଦର୍ଶିନୀ

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ପ୍ରିୟଦର୍ଶିନୀ

ବାଲେଶ୍ଵର,୧୨/୧୦/୨୩- ଗତ ତା ୦୯/୧୦/୨୩ ରିଖ ଥିଲା ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମଜୟନ୍ତୀ । ଏହି ଉପଲକ୍ଷେ ଗୋପବନ୍ଧୁ ଦାଶଙ୍କ ବିଷୟରେ ବହୁତ ସୁନ୍ଦର ସୁନ୍ଦର କବିତା ଆସିଥିଲା ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃହକୁ ‌। ଅନୁଷ୍ଠାନ ସେମାନଙ୍କ କବିତା ଗୁଡ଼ିକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦେଇଥିଲା । ସେମାନଙ୍କ ମଧ୍ୟରେ ଭାରତୀ ହୋତା, ନୂଆପଡ଼ା, ନଳୀନ ଦାଶ, ଭିକାରୀପଡା, ଶରଣକୁଳ, ନୟାଗଡ଼, ପ୍ରିୟଦର୍ଶିନୀ ମିଶ୍ର, ମଣ୍ଡଳ, ବଲାଙ୍ଗୀର, ଜୟନ୍ତୀ ପତି, କଟକ, ରୀତାଅପରାଜିତା ମହାନ୍ତି, ଖୋର୍ଦ୍ଧା, ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର, ଉର୍ମିଳା ମହାପାତ୍ର, କୋଷାଗୁମୁଡା, ନବରଙ୍ଗପୁର, ଅନସୂୟା ଦେବତା, ଅତାବିରା, ବରଗଡ଼ ଓ ତାନଶ୍ରୀ ପାଣିଗ୍ରାହୀ, ଆଚାର୍ଯ୍ୟା, ବାଲିଆ, ବାଲେଶ୍ଵରଙ୍କୁ ସ୍ଥାନ ଦିଆଯାଇଥିଲା । ସମସ୍ତ କବିତା ଗୁଡ଼ିକୁ ଶିକ୍ଷୟିତ୍ରୀ ଓ କବୟିତ୍ରୀ ସୁଜାତା ଦାସ, ବାଲେଶ୍ଵର ସମୀକ୍ଷା କରିଥିଲେ । ଶ୍ରୀମତୀ ଦାସ ପେଷାରେ ଜଣେ ଶିକ୍ଷୟିତ୍ରୀ ହୋଇଥିଲେ ମଧ୍ୟ ନିଶାରେ ଜଣେ ସାହିତ୍ୟ ସାଧିକା ଅଟନ୍ତି । ତାଙ୍କ ସମୀକ୍ଷାରେ ପ୍ରିୟଦର୍ଶିନୀ ମିଶ୍ର ପ୍ରଥମ, ଡ. ଚପଳା ପଣ୍ଡା ଦ୍ଵିତୀୟ ଓ ଜୟନ୍ତୀ ପତି ତୃତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ପ୍ରକାଶ ଥାଉକି ପ୍ରିୟଦର୍ଶିନୀ ମିଶ୍ରଙ୍କ ଶୀର୍ଷକ ଥିଲା- ଚିର ସ୍ମରଣୀୟ: ମଣି ଉତ୍କଳୀୟ, ଡଃ. ଚପଳା ପଣ୍ଡାଙ୍କ ଶୀର୍ଷକ ଥିଲା- ଧନ୍ୟ ଗୋପବନ୍ଧୁ ଧନ୍ୟ ଏବଂ ଜୟନ୍ତୀ ପତିଙ୍କ ଶୀର୍ଷକ ଥିଲା – ହେ ଉତ୍କଳମଣି । ଯାହାହେଉ ସମସ୍ତ ପ୍ରତିଯୋଗୀ ମାନଙ୍କ କବିତା ରଚନା ଉଚ୍ଚକୋଟୀର ଥିଲା । ମୋ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଗକୁ କବିତା ରଚନା କିପରି ଆହୁରି ଅଧିକରୁ ଅଧିକ ସୁନ୍ଦର ଓ ହୃଦୟସ୍ପର୍ଶି ହେଵେ ସେଥିପାଇଁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦେଢ ଏକର ଜମି ଧାନ ୧ ଟି ଗଦା ପୋଡି ନଷ୍ଟ

masiha

କଙ୍କିଳି ଗ୍ରାମପଞ୍ଚାୟତରେ ପ୍ରଥମ ଥର ଧାନ ମଣ୍ଡି ଖୋଳିଲା

Sunil Chandra Nayak

ସପ୍ତମ ଇଷ୍ଟୀଦୀପନା ମହୋତ୍ସବ ୨୦୨୪ ଆସନ୍ତା ଫେବୃୟାରୀ ୪ ରେ

masiha

Leave a Comment

error: Content is protected !!