ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ 

ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ 

 ରାଉରକେଲା/ ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ରିଜର୍ଭ ପୁଲିସ ଲାଇନ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ,ବିଶ୍ରା ବ୍ଲକ ର ପ୍ରାକ୍ତନ ଏବିଇଓ ପ୍ରଫୁଲ୍ଲ ଜେନା, ଏବିଇଓ କୃପାସିନ୍ଧୁ ପତି ଓ ମୁଖ୍ୟବକ୍ତା ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରଫେସର ଡ଼ଃ ସନାତନ ପ୍ରଧାନ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ସହାୟକ ହେଉଥିବାରୁ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ୧୩ଟି ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୁଇଜ୍,ବତ୍କୃତା, ସଙ୍ଗୀତ, ରଚନା,ଶ୍ରୃତଲିଖନ, ନୃତ୍ୟ, ଶିଳ୍ପକଳା, ସାମୁହିକ ଅଭିନୟ ଓ ମିଲେଟ ପ୍ରତିଯୋଗିତା କରାଯାଇଥିଲା। ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସ୍ବତନ୍ତ୍ର ଜେଲ ର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା, ସ୍ବତନ୍ତ୍ର ଅତିଥି ଭାବେ ବେଣୁଧର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ, ଵିଶ୍ରା ଏବିଇଓ ସତ୍ୟଭାମା ବେହେରା ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ରାଜକୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ସିଆରସିସି ଦୀପକ କୁମାର ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଶେଷରେ ବିବେକାନନ୍ଦ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଶ୍ମିତ କୁମାର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ସରୋଜିନୀ ଜେନା ନୃତ୍ୟ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଅଧ୍ୟାପିକା ସସ୍ମିତା ଜେନା, ରାଧାକାନ୍ତ ମହାରଣା, ବିଜୟିନୀ ଜେନା, ଅଶୋକ ବଳ, ପଞ୍ଚାନନ ପାତ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ହରିହର ବେହେରା ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଜୋସ୍ନାରାଣୀ ପାତ୍ର, ଦେବଜାନୀ ବାରିକ, ସ୍ବୟଂପ୍ରଭା ଦାସ, ପାର୍ବତୀ ଟପ୍ପୋ, ତିଳୋତ୍ତମା ସାମନ୍ତରାୟ, ପ୍ରତିମା ବେହେରା, ରମେଶ ଚନ୍ଦ୍ର ରାଉଳ, ବନବିହାରୀ କିଶାନ, ତଥା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜାତୀୟ ଡାକ୍ତର ଦିବସ ରେ ମେଡିକାଲ ଇଣ୍ଡଷ୍ଟ୍ରିରେ ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଇଣ୍ଟରାକ୍ଟିଭ୍ ଅଧିବେଶନ 

masiha

ଅଘୋଷିତ କବିତା ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ପି ବାରଙ୍ଗ ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମୁକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଅଵସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!