ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ଯକ୍ରମ 

ଥୁଆମୂଳ ରାମପୁର ୨୬/୩- ମ.ନି.ସ:- ଜଙ୍ଗଲ ଓ ମନୁଷ୍ଯ ସମାଜ ଅଙ୍ଗାଅଙ୍ଗି ଭାବରେ ଯୋଡିତ,ଜଙ୍ଗଲ ଉପରେ ମନୁଷ୍ୟ ନିର୍ଭରଶୀଳ ଅନେକ ପ୍ରକାର ଔଷଧୀୟ ଗୁଣ ସମ୍ପୂର୍ଣ୍ଣ ବୃକ୍ଷଲତା ଓ ଜୀବଜନ୍ତୁଙ୍କ ବାସସ୍ଥଳୀ। ଜଙ୍ଗଲ ନଷ୍ଟ ହେବା ଦ୍ବାରା ଜୀବ ଜଗତ ଉପରେ ନାନା ପ୍ରକାର କୁପ୍ରଭାବ ପଡୁଅଛି। ଏହିଭଳି ମନୁଷ୍ୟର ସଚେତନତା ଅଭାବ ଯୋଗୁଁ ପ୍ରାୟ ସମୟରେ ଜଙ୍ଗଲରେ ନିଆ ଲଗେଇ ଦେଉଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ଆଗତ ଭବିଷ୍ୟତରେ କେତେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ତାହା ଏହି ମନୁଷ୍ୟ ବୁଝିପାରୁ ନାହିଁ,ଏହାକୁ ଦୃଷ୍ଟିରେ ରଖି ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଲୋକ ସଚେତନତା ସୃଷ୍ଟି କରିବାନେଇ ପ୍ରୟାସ କରାଯାଉଛି। ଏହି ପରିପ୍ରେକ୍ଷୀରେ ୨୬/୩/୨୦୨୨ ତାରିଖ ଦିନ ଥୁଆମୂଳ ରାମପୁର ବନାଞ୍ଚଳ ତରଫରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା ସିନ୍ଧିପଦର, କୁମୁଡାବହାଲ, ତୁନାପାରି, ପିଣ୍ତାପଦର, ଥୁଆମୂଳ ରାମପୁର ଓ ଜାଗେଜ ପଦର ଗ୍ରାମ ମାନଙ୍କରେ ସଚେତନ କରାଯାଇଥିବା ବେଳେ ଆଉ ଦିନିକିଆ ଯାହାକି ଆସନ୍ତା କାଲି ମଧ୍ୟ କାର୍ଯ୍ଯକ୍ରମ ହେବ ବୋଲି ବିଭାଗର କର୍ମଚାରୀ ପ୍ରକାଶ କରିଛନ୍ତି ଧରି, ଏହି କାର୍ଯ୍ଯକ୍ରମରେ ଲୋକଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। କାର୍ଯ୍ଯକ୍ରମରେ ଥୁଆମୂଳ ରାମପୁର ଫରେଷ୍ଟର ବଳରାମ ଭୋଇ, ଫରେଷ୍ଟ ଗାର୍ଡ ମୁକ୍ତା ନାଏକ, ସୂଚିତ୍ରା ପ୍ରଧାନ, ସହିତ ଟିମ୍ ରିଡର୍ ସୁଦର୍ଶନ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ସହିତ ସହଯୋଗ କରୁଛନ୍ତି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

ନୂତନ ନିର୍ବାହୀ ଅଧିକାରୀଙ୍କୁ ମିଳିଲା ପଞ୍ଚାୟତ ଦାୟିତ୍ୱ, ନିର୍ଦ୍ଦେଶ ଜାରି କଲା ବ୍ଲକ ପ୍ରଶାସନ

Sunil Chandra Nayak

କୋକସରା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ ସୁରଭି ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!