ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

 ନୂଆପଡା, ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଓଡ଼ିଶା ସରକାରଙ୍କ ଜଗା ମିଶନ, ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଆନୁକୁଲ୍ୟରେ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ଜମି ଅଧିକାର ପଟ୍ଟା ବଣ୍ଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ନଗରପାଳ ଉଜ୍ଜଳ ଗୁପ୍ତା ସଭାପତିତ୍ବ କରିଥିବା ବେଳେ ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ପ୍ରମୁଖ ଯୋଗ ଦେଇଥିଲେ। ଖଡିଆଳ ଏନ ଏ ସି ର ୮୮ ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ନେଇ ସମସ୍ତ ହିତାଧିକାରୀ ପଟ୍ଟା ପାଇ ଖୁସି ବ୍ୟକ୍ତ କରିଥିଲେ। ୱାର୍ଡ ନମ୍ୱର୍ ୧୨ ସଭ୍ୟା ମିନତି ହଂସ, ୱାର୍ଡ ନମ୍ୱର୍ ୧୧ ନରେନ୍ଦ୍ର ଶବର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଶିଶୁ କଳାକାର ଦ୍ବାରା ଜମି ଅଧିକାର, ମାଟି ଆମର ମାଁ, ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଖଡିଆଳ ସମସ୍ତ ନାଗରିକ ଯୋଗ ଦେଇଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ 

masiha

ସି ଆଇ ଟି ୟୁ ଓ ସି ସି ୟୁ ଏ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ  ଶ୍ରମ କୋର୍ଡ ବିରୁଦ୍ଧରେ ମେ ୨୦ ଦେଶବ୍ୟାପୀ ଧର୍ମଘଟ କୁ ସଫଳ ପାଇଁ ଶ୍ରମିକ ଶ୍ରେଣୀ କୁ ଆହ୍ୱାନ

masiha

ଗ୍ରାମ ପରିବର୍ତନ କାର୍ଯ୍ୟକ୍ରମ ଅଧିନରେ ସ୍ଥାୟୀ ଜୀବିକା ସହ ୫୪୦୦ରୁ ଅଧିକ ପରିବାରକୁ ସଶକ୍ତ କରିଛି ଡାଲମିଆ ସିମେଂଟର ରାଜଗାଙ୍ଗପୁର ପ୍ଲାଂଟ

Sunil Chandra Nayak

Leave a Comment

error: Content is protected !!