ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହାଭାଗୀ ବିକାଶ ଅଭିଯାନ ସଂସ୍ଥା ଦ୍ୱାରା ୨ ଦିନିଆ ପ୍ରଚାର ଶିବିର ଓ ଖାଦ୍ୟ ମେଳା

ନର୍ଲା –  ଅଗ୍ରଣୀ ସ୍ବେଛାସେବୀ ସଂଘଠନ ସହାଭାଗୀ ବିକାଶ ଅଭିଯାନ, ବାଲିପଡ଼ା ତରପରୁ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆତ୍ମା ପ୍ରକଳ୍ପ ନିର୍ଦେଶକ ତଥା ସି ଏ ଡି ଓ ସହଯୋଗରେ ସ୍ଥାନୀୟ ନର୍ଲା ସାପ୍ତାହିକ ବଜାର ପରିସରରେ ଦୁଇ ଦିନିଆ ପ୍ରଚାର ଶିବିର ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣ ଙ୍କୁ ମାଣ୍ଡିଆ ରେ ତିଆରି ବରା, ପାକୁଡି ଓ ଗୁରଚି ରେ ତିଆରି କ୍ଷୀରି ଆଦି ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରି ଖାଇବାକୁ ଦେଇଥିଲେ l ସହାଭାଗୀ ବିକାଶ ଅଭିଯାନ ବାଲିପଡ଼ା ଶାଖା ଅଧିକାରୀ ସନ୍ତୋଷ କୁମାର ପଧାନ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଂଯୋଜକ ସୁକାନ୍ତ ଚାନ୍ଦ, ସହସଂଯୋଜକ ଥବିର ସାହୁ ଉପସ୍ଥିତ ରହି ଲୋକଙ୍କୁ ମାଣ୍ଡିଆ ଖାଦ୍ୟ ର ଉପକାରିତା ବିଷୟରେ ଅବଗତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସି ଆର ପି ଥୟରମ ଭୋଇ, ମଧୁସୂଦନ ମାଝୀ, ହରିହର ଭୋଇ ଙ୍କ ସମେତ ଅନୁଷ୍ଠାନ ର କର୍ମୀ ଅଳକା କୁମାରୀ ଭୋଇ,ଲଳିତା ଦିଦି ସହଯୋଗ କରିଥିଲେ। ନିରଞ୍ଜନ ଗୋଉଡ ।

Related posts

ମମତା ସାହୁ ଙ୍କ କବିତା ବର୍ଷା ଭିଜା ରାତି

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଧର୍ମଗଡ଼ରେ ଆଇପିଏଲ୍ ବେଟିଂ: ଜଣେ ଗିରଫ, ୭୫ ହଜାର ଟଙ୍କା ଜବତ….୧ କୋଟି୪୫ ଲକ୍ଷର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ

Leave a Comment

error: Content is protected !!