ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ 

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ 

 ମୟୂରଭଞ୍ଜ -୧୮/୧୦ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଜମିବାଡ଼ି ମାମଲା ନେଇ ଖଣ୍ଡାରେ ଖୁଡିକୁ ହତ୍ୟା କରିଥିବା ମାମଲାରେ ଅଭିଯୁକ୍ତ ପୁତୁରାକୁ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ ୧୬/୩/୨୦୧୯ତାରିଖଦିନ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଅପରାହ୍ନରେ ପୁତୁରା ଧ୍ରୁବ କାଳନ୍ଦୀ (୪୫) ଖୁଡିଙ୍କ ସହ ଯୁକ୍ତିତର୍କ ଓ ଗଣ୍ଡଗୋଳ କରିଥିଲା ।ଧ୍ରୁବ କାଳନ୍ଦୀ ରାଗ ଓ କ୍ରୋଧ ସମ୍ଭାଳି ନପାରି ଘରୁ ଏକ ଧାରୁଆ ଖଣ୍ଡା ଆଣି ଖୁଡି ରାଇମଣି କାଳନ୍ଦୀ (୬୫)ଙ୍କ ମଥାରେ ଛୋଟ ମାରିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇମଣି ଟଳି ପଡ଼ିଥିଲା । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଏହାକୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ପୋଲିସ କେଶ ମାମଲା ୧୬/୨୩ ରୁଜୁ କରି ତଦନ୍ତ କରିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସର ତଦନ୍ତ ରିପୋର୍ଟ ପାରିପାର୍ଶ୍ବିକ ଘଟଣା ଏବଂ ୧୮ ଜଣ ସାକ୍ଷୀଙ୍କ ବୟାନ ଭିତ୍ତିକରି ଧ୍ରୁବ କାଳନ୍ଦୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ଏପିପି ପଙ୍କଜ ଦାସ ମାମଲା ଲଢ଼ୁଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ଲିଫ୍ଲେଟ

Sunil Chandra Nayak

ପଳାସ ସରପଞ୍ଚ ଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା

Sunil Chandra Nayak

ପାଷ୍ଟିକୁଡି କେମ୍ପରେ କର୍ମଚାରୀ ନିଆଁରେ ପୋଡି ମରିବା ଘଟଣା, ହତ୍ୟା ଅଭିଯୋଗ ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!