ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନଠାରୁ ମହାପୂଣ୍ୟ କାର୍ଯ୍ୟ ଆଉ କିଛି ନାହିଁ 

ରକ୍ତଦାନଠାରୁ ମହାପୂଣ୍ୟ କାର୍ଯ୍ୟ ଆଉ କିଛି ନାହିଁ 

ରାଉରକେଲା/ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା-ଏନ୍‌ଏସ୍‌ଏସ୍‌, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ-ଏନ୍‌ସିସି, ଯୁବ ରେଡ୍‌କ୍ରସ୍‌, ମୋ କଲେଜ ଅଭିଯାନ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧୦୮ ୟୁନିଟ ରକ୍ତ ସଂଗୃହିତ ହୋଇଛି। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବାକୁ ପହଞ୍ଚିଥିଲେ ମୋ କଲେଜ ଅଭିଯାନର ଅନ୍ୟତମ ସଦସ୍ୟ ତଥା ରାଜ୍ୟ ଶ୍ରମ ଏବଂ କର୍ମଚାରୀ ବୀମା ନିଗମ ବିଭାଗର ମନ୍ତ୍ରୀ ସାରଦା ପ୍ରସାଦ ନାୟକ। ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସର୍ବଦା ଛାତ୍ରଛାତ୍ରୀମାନଙ୍କ ବହୁବିଧ ବିକାଶ ନିମନ୍ତେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ସେ ଏହି ଅବସରରେ ପ୍ରଶଂସା କରିଥିଲେ। ରକ୍ତ ଦାନ ଏକ ମହତ ଦାନ ବୋଲି ଶ୍ରୀ ନାୟକ କହିବା ସହିତ ସମସ୍ତେ ମିଳିମିଶି କାର୍ଯ୍ୟକଲେ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଜାତୀୟସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ପରିଚିତ ହୋଇପାରିବ ବୋଲି ସେ କହିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମ ଆୟୋଜନରେ ରାଉରକେଲା ସରକାରୀ ହସ୍‌ପିଟାଲ୍‌ର ଚିକିତ୍ସାଧୀକାରୀ ଡାକ୍ତର ପୁଜା ପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ରକ୍ତ ସଂଗ୍ରହ କରିଥିଲେ। ଏହି ଦଳରେ ସତ୍ୟପ୍ରକାଶ ରଥ, ବାସୁଦେବ ନାୟକ, ତରୁନ କୁମାର ବିଶ୍ୱାଳ, ଆକାଶ ପଟେଲ ଓ ଡି ସୋରେନ ପ୍ରମୁଖ ସହଯୋଗୀ ଭାବେ ରହିଥିଲେ। ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଓ ମୋ କଲେଜ ଅଭିଯାନ ସଂଯୋଜକ ଅଧ୍ୟାପକ ସମୀର ସୌରଭ ପୃଷ୍ଟି, ଏନ୍‌ଏସ୍‌ଏସ୍‌ ବାଳିକା ବିଭାଗର ସଂଯୋଜିକା ଅଧ୍ୟାପିକା ରାମେଶ୍ୱରୀ ଭୋଇ, ଏନ୍‌ସିସିର ସଂଯୋଜିକା କ୍ୟାପଟେନ ମୀନା ଦାସ, ରେଡ୍‌କ୍ରସ୍‌ର ସଂଯୋଜିକା ସ୍ମୃତି ସ୍ନିଗ୍ଧା ମିଶ୍ର, ଉଷାରାଣୀ ସେଠୀ ପ୍ରମୁଖ ଏଥିରେ ସକ୍ରୀୟ ସହଯୋଗ କରିଥିଲେ। ମହାବିଦ୍ୟାଳୟର ପୂରାତନ ଛାତ୍ର ସଂସଦର ସଭାପତି ବିଭୁତି ଭୂଷଣ ପୁହାଣ, ସଂସଦର ସଦସ୍ୟ ଡି ଅଭିକ କୁମାର ଓ ବିଶ୍ୱଜିତ ପଲେଇ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ସହଯୋଗ କରିଥିଲେ। ଏହି ଅବସରରେ ରକ୍ତଦାନ ଭଳି ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ବାର୍ତ୍ତା ଦିଆଯାଇଥିଲା। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୭୭ତମ ବନ ମହୋତ୍ସବ ଅବସରରେ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ପାନୀୟ ଜଳ ସମାଧାନ ପାଇଁ ଦାବି ନଚେତ ଆନ୍ଦୋଳନ

Sunil Chandra Nayak

ବାଇକ ଧକ୍କାରେ ବୃଦ୍ଧ ମୃତ 

masiha

Leave a Comment

error: Content is protected !!