ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ 

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ 

  ଡାବୁଗାଁ, ୧୯/୧୦(ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓ ଙ୍କ କକ୍ଷଠାରେ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅପରାହ୍ନ ୫ ଘ. ସମୟରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ନଭେମ୍ବର ୩ ତାରିଖ ମଧ୍ୟାନ୍ନ ୧୨ ଘ. ସମୟରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ କାର୍ଯ୍ୟକ୍ରମ କୁ ଉଦଘାଟନ କରିବେ | ଏହି ଉଦଘାଟନ କାର୍ଯ୍ୟକ୍ରମ ଡାବୁଗାଁ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ହେବ | କିପରି କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳା ସହ ହେବ ସେନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ଜିଲପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, କୁନମୁନ ସେନାପତି, ବିମଳା ନାୟକ ଓ ସାଇରା ବାନୁ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେସ୍ରା, ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାଞ୍ଜଳି ସାମଲ, ସବଇନିସ୍ପେକ୍ଟର ବିଜୁରାମ ବାଗ, ବନପାଳ ଉମାକାନ୍ତ ପଟ୍ଟନାୟକ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଏବଂ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବିକା ସେବକ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ

Sunil Chandra Nayak

ଗୋରୁମହିଷାଣୀ ନୂତନ ବ୍ଳକ ଗଠନ ପାଇଁ ସର୍ବଦଳୀୟ ବୈଠକ

Sunil Chandra Nayak

କଳାହାଣ୍ଡି ଉତ୍ସବ ପାଇଁ ‘ପଞ୍ଜିକରଣ, ଆବାସ ଓ ପରିବହନ ବ୍ୟବସ୍ଥା ଉପ ସମିତି’ର ପୂର୍ବ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!