ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଡା ଘରେ ଚାଲିଛି, ଆମ ଅଙ୍ଗନବାଡି କେନ୍ଦ୍ର

ଭଡା ଘରେ ଚାଲିଛି, ଆମ ଅଙ୍ଗନବାଡି କେନ୍ଦ୍ର

ତେନ୍ତୁଳିଖୁଣ୍ଟି ୧୯/୧୦/୨୩  //  ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ କୃଷ୍ଣଗୁଡା-୧ ଗ୍ରାମରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଲୁଛି।,ସୂଚନାମୁତାବକ ଏହି ଗ୍ରାମରେ ଥିବା ଅଙ୍ଗନବାଡି ଗୃହ ଆଜକୁ ପ୍ରାୟ ୨ବର୍ଷ ୧୦ ମାସ ହେଲାଣି ଜରାଜୀର୍ଣ୍ଣ  ଅବସ୍ଥା ବିପଦଶଙ୍କୁଳ ହୋଇ ପଡିରହିଛି ।ତେଣୁ କରି କାର୍ଯ୍ୟରତ ଅଙ୍ଗନବାଡି କର୍ମୀ  ମହାଶୟା କାନମୁଣ୍ଡା ଆଉଁସି କୌଣସି ଉପାୟ ନ ପାଇ ସ୍ଥାନୀୟ ଗ୍ରାମରେ ଏକ ଘର କୁ ଘର  ଭଡା ନେଇ  କୋମଳମତି ଶିଶୁମାନଙ୍କପ୍ରାକ ବିଦ୍ୟାଳୟ ଶିକ୍ଷା ଦେଇ ଭବିଷ୍ୟତ ଉଜ୍ୱଳ କରିବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ,ବଡ଼ବଡ଼ିଆ ଉପରିସ୍ଥ ଅଧିକାରୀଙ୍କ ନଜର ପଡୁନାହିଁ କିପରି ? ନଜର ପଡିବ ବା କିପରି ଏଠାରେ ତ କେବଳ ମଳିମୁଣ୍ଡିଆ କୁଲିମଜୁରିଆ ଆଦିବାସୀ ଗରିବ ଲୋକଙ୍କ ପୁଅ ଝିଅ ଶିକ୍ଷା ପାଇବା ସ୍ୱପ୍ନ ଦେଖୁଛନ୍ତି।ଏ ପର୍ଯ୍ୟନ୍ତ ୧ବର୍ଷ ୧୦ମାସ ର ଭଡା ମଧ୍ୟ ଦିଆଯାଇନାହିଁ,କେତେବେଳେ କେଉଁ ପରିସ୍ଥିତିରେ ଘର ମାଲିକ ବିତାଡିତ କରିଦେବ ତାହାର କିଛି ଠିକ ଠିକଣା ନାହିଁ,ଯଦି ଏଭଳି ଘଟଣା ଘଟେ ତା ହେଲେ ଛୋଟ ଛୋଟ ଶିଶୁମାନେ କେଉଁଠି ରହି ଶିକ୍ଷା ଅର୍ଜନ କରିବେ ?, ଏହା ପାଇଁ ଦାୟୀ କିଏ,ନିରୀହ ଶିଶୁମାନେ,ନା ଅଙ୍ଗନବାଡ଼ି କର୍ମୀ,କି ଶୀତତାପ ନିୟନ୍ତ୍ରଣ କୋଠରୀରେ ବସିଥିବା ଉପରିସ୍ଥ ଅଧିକାରୀଗଣ ।

ସରକାରଙ୍କ ଅନେକ ଯୋଜନା ଜନ୍ମରୁ ମୃତ୍ୟୁ ଯାଏ ରହିଛି ତନ୍ମଧ୍ୟରୁ କମଳ ମୋତି ଶିଶୁମାନଙ୍କୁ ମଧ୍ୟ ଅଙ୍ଗନବାଡି କେନ୍ଦ୍ରରେ କର୍ମୀଙ୍କ ଦ୍ଵାରା  ସୁସ୍ଥ,ସବଳ,ଶିକ୍ଷିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଶିଶୁର ମୂଳଦୁଆ ସ୍ଥାପନ କରାଯାଉଛି ।ହେଲେ, ଏଠାରେ କିନ୍ତୁ ସମ୍ପୂର୍ଣ ଭାବେ ଭିନ୍ନ ଦେଖିବାକୁ ମିଳୁଛି କାରଣ ଏହା ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ,ଏଠାକୁ ସରକାରଙ୍କ ନଜର ପଡିବ ବା  କିପରି?

ବୋଧ ହୁଏ ଏଠାରେ କୌଣସି ଉପରିସ୍ଥ ଅଧିକାରୀଙ୍କ ପାଦ  କେବେ ବି ପଡ଼ି ନ ଥିବ । ଯଦି ପାଦ ପଡ଼ିଥାନ୍ତା ତା ହେଲେ ଏହି ସମସ୍ୟା ର ସମାଧାନ ହେଇପାରିଥାନ୍ତା,ଦେଖିବାକୁ ବାକି ରହିଲା କେବେ ଏହି ସମସ୍ୟାର ସମାଧାନ ହେଉଛି ଏବଂ ଏହି କୋମଳମୋତି ଶିଶୁମାନଙ୍କ ଦୁଃଖ କଷ୍ଟ କେବେ ଲାଘବ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

masiha

କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯକ୍ରମ

Sunil Chandra Nayak

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!