ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

ତେନ୍ତୁଳିଖୁଣ୍ଟି 19/10/23 // ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିଥିବା ସମୟରେ ସାରା ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷିରେ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପରିବାରରୁ ମାଟି ସଂଗ୍ରହ କରାଯାଉଛି। ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ରେ ଅବସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସର ରେ ଥିବା ମାତା ସରସ୍ଵତୀ ମନ୍ଦିର ନିକଟରୁ ପ୍ରଥମେ ମାଟି ସଂଗ୍ରହକରି ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ମିଶି ଫଟାଗୁଡ଼ା,ଖାଟିଗୁଡ଼ା ବଜାର ସାରା ଅମୃତ କଳସ ଧରି ନଗର ପରିକ୍ରମା ଓ ସମସ୍ତଙ୍କ ଘରୁ ମାଟି ମଗାଯାଇଥିଲା ଶେଷରେ ଶିଶୁ ବିଦ୍ୟାମନ୍ଦିର ସାମନା ପଡ଼ିଆରେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଦୀପ ଲଗାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ବିଭିନ୍ନ ଗାଁ ରୁ ଆସିଥିବା ମାଟି ଦିଆଯାଇଥିଲା ନଵୋଦାୟ ବିଦ୍ୟାଳୟ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ଶିଶୁ ବିଦ୍ୟାମନ୍ଦିର ରୁ ଆସିଥିବା ଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଆଜିର କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଜଗଦୀଶବିଶୋଇ, ବିଜେପି ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ଗୌରୀ ଶଙ୍କର ମାଝୀ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ,ନେହେରୁ ଯୁବକେନ୍ଦ୍ର ଜିଲ୍ଲା ସଂଯୋଜକ ଶ୍ରୀ ମୁରଲୀ ଜୀ, ଖାତୀଗୁଡ଼ା ଥାନା ସହ ଅଧିକାରୀ ,ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ , ଭାଜପା ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ଚନ୍ଦ୍ର ଶେଖର ଜେନା,ପ୍ରଶାନ୍ତ ନାୟକ,ବାବୁଲା ନାୟକ, ମୁନା ମହାନ୍ତି,ରାଜେଶ୍ ବାଘ,ଆଶିଷ ଟାକ୍ରି,ସୁବାସ ହରିଜନ ସହ ଆୟୋଜକ ନେହେରୁ ଯୁବ କେନ୍ଦ୍ରର ଭୂପେନ୍ଦ୍ର ବିଶୋଇ,ଅଭିଳାଷ,ସିଂବାବୁ ଯୋଗ ଦେଇଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି 

Related posts

ବନ୍ଧମୁଣ୍ଡା ରେ “ହର ଘର ଜଳ, ଘର-ଘର ନଳ” ଯୋଜନାର ଆରମ୍ଭ , ପାଣି ସମସ୍ୟା ସମାଧାନ ପାଇଁ ବଡ଼ ପଦକ୍ଷେପ

ଜୟ ମା ସୁରେଶ୍ୱରୀ: ସୋନପୁରିଆ ମନୋଜ କ୍ରିଏସନ ତରଫରୁ କୋଶଲୀ ଟେଲି ଫିଲ୍ମ (ନୁଆଁଖାଇ ଦିନେ ଭେଟ୍ ହେମା )ର ଶୁଭମହୁରତ ହେଇଯାଇଛି

masiha

କର୍ପୋରେଟ୍‌‍ ହାଉସ, ଶାସକ ଦଳ ନିୟନ୍ତ୍ରଣରୁ ଗଣମାଧ୍ୟମକୁ ମୁକ୍ତ ହେଉ : ରବି ରଥ

masiha

Leave a Comment

error: Content is protected !!