ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ମନସା ପୂଜା କମିଟି,ଗିତୀଲତା ଆନୁକୂଲ୍ୟରେ ଆନ୍ତଃ ରାଜ୍ୟ ନୃତ୍ୟ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା 

ମା’ ମନସା ପୂଜା କମିଟି,ଗିତୀଲତା ଆନୁକୂଲ୍ୟରେ ଆନ୍ତଃ ରାଜ୍ୟ ନୃତ୍ୟ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା 

 ମୟୂରଭଞ୍ଜ – ୨୦/୧୦ ( ମସିହା) ଓଡ଼ିଶାର ଉପାନ୍ତ ମୟୂରଭଞ୍ଜ ଜିଲ୍ଲାର ତିରିଂ ବ୍ଳକର ଗଈତଇଲତଆ ପଞ୍ଚାୟତର ଗିତିଲତା ଗ୍ରାମରେ ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ‘ ମା’ ମନସା ପୂଜା କମିଟିର ୧୩ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏଥିରେ ଆନ୍ତଃ ରାଜ୍ୟ ନୃତ୍ୟ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଓଡ଼ିଶାର ରାଉରକେଲା ସମେତ ୩ ଟି ଦଳ, ଝାଡ଼ଖଣ୍ଡ ରାଜ୍ୟର ଯାମସେଦପୁର ୭ ଟି ଦଳ,ଯାଦୁଗଡାର ୩ ଟି ଦଳ,ଚକ୍ରଧରପୁର ଅଂଚଳର ୭ ଟି ଦଳ,ବୋକାରୋ ଅଂଚଳର ୩ ଟି ଦଳ,,ଏବଂ ପଶ୍ଚିମବଙ୍ଗର କୋଲକାତାର ୪ ଟି ଦଳ ଏବଂ ପୁରୁଳିଆ ଅଂଚଳର ୪ ଟି ନୃତ୍ୟ ଦଳ ଅଶ ଗ୍ରହଣ କରିଥିଲେ । ଖ୍ୟାତନାମା କଳାକାର ସେମାନଙ୍କର ନୃତ୍ୟ କଳାର ଯାଦୁ ପରିବେଷଣ କରିଥିଲେ । ଏଥିରେ ଖ୍ୟାତନାମା କୋରିଓଗ୍ରାଫର/ ଜଜ ଶ୍ରୀ ତୁରିଆ ଓରାମ,ଅନିଲ ଆଳଦା ଏବଂ ସାଇମନ ବିଚାରକ ମଣ୍ଡଳୀ ଦାୟିତ୍ଵ ନିଭାଇଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକର ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା, ମୁଖ୍ୟ ବକ୍ତା ଶିକ୍ଷାବିତ ଡଃ ରାଧାକାନ୍ତ ‌ମହାରଣା,ସମ୍ମାନିତ ଅତିଥି ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ବଳଦେବ ହେମ୍ବ୍ରମ ,ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି,ଗିତିଲତା ସରପଞ୍ଚ ଭାଦାଓ ସୋରେନ,ବ୍ଳକ ଉପାଧ୍ୟକ୍ଷଙ୍କ ପୂର୍ଣ୍ଣିମା ଗାଗରାୟ,ପୂର୍ବତନ ସମିତି ସଭ୍ୟ ଜୀତରାୟ ବାସ୍କେ, ପୂର୍ବତନ ସମିତି ସଭ୍ୟ ଅନୁଜ ଗୁପ୍ତା ପ୍ରମୁଖ ଯୋଗ ଦେଇଥିବାବେଳେ ମଂଚ ପରିଚାଳନା କରିଥିଲେ ଶିକ୍ଷକ ପ୍ରଭାସ ପାତ୍ର। ଏଥିରେ ତିରିଂ ଆଖପଆଖ ଅଂଚଳର, ସିମାନ୍ତ ଝାଡଖଣ୍ଡ, ପଶ୍ଚିମବଙ୍ଗର ହଜାର ହଜାର‌ଦର୍ଶକ ଗୀତିଲତା ଗ୍ରାମକୁ ମା’ ମାନସାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ସୁନ୍ଦର ନୃତ୍ୟ ଦେଖିବାକୁ ଛୁଟି ଆସିଥିଲେ । ମୁଖ୍ୟ ବକ୍ତା ଡଃ ରାଧାକାନ୍ତ କହିଥିଲେ ଗଇତଇଲତଆ ଗ୍ରାମବାସୀଙ୍କ ଧାର୍ମିକ, ସାଂସ୍କୃତିକ,କ୍ରୀଡା କାର୍ଯ୍ୟକ୍ରମ ଏକ ନିଆରା ପ୍ରଶଂସନୀୟ କାର୍ଯ୍ୟକ୍ରମ । ସିମାନ୍ତ ଅଂଚଳରେ ଏଭଳି ଗ୍ରାମୀଣ ଉତ୍ସବ ଆନ୍ତଃ ରାଜ୍ୟ ସଂପର୍କ, ଵଂଧୁତ୍ଵ ଓ ଭାଇଚାରା ଅତୁଟ ରଖିବାରେ ସହାୟକ ହୋଇଥାଏ । ଆନ୍ତଃ ରାଜ୍ୟ ନୃତ୍ୟ ପ୍ରତିଯୋଗିତାରେ କୋଲକାତାର ସାଇମନ ଏବଂ ସଞ୍ଜିତା ଯୋଡ଼ି ପ୍ରଥମ,ଚକ୍ରଧରପୁର ଅଂଚଳର ଡିସିଡି କ୍ରିୟୁ ଗ୍ରୁପ୍ ଦିତୀୟ ଏବଂ ଯାମସେଦପୁର ଅଂଚଳର ଆରୋ- ଆରୋ-ବ୍ରଦର୍ସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ନୃତ୍ୟରେ ପ୍ରଥମ ବିଜେତାଙ୍କୁ ୨୦ ହଜାର,ଦିତୀୟ ବିଜେତାଙ୍କୁ ୧୫ ହଜାର ଏବଂ ତୃତୀୟ ବିଜେତାଙ୍କୁ ୧୦ ହଜାର ଟଙ୍କା ଓ ମାନପତ୍ର ଅତିଥି ଗଣଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।

ସେହିଭଳି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଯାମସେଦପୁର କ୍ଳବ୍ ଚମ୍ପିୟାନ ହୋଇଥିବାବେଳେ ଯାଉଥିବା ମୂଷାବଣି କ୍ଳବ୍ ରନର୍ସ ଅପ୍ ହୋଇଥିଲେ । ଅତିଥି ଗଣ ଚମ୍ପିୟାନ କ୍ଳବକୁ ୧୨ ହଜାର ଟଙ୍କା ଏବଂ ରନର୍ସ ଅପ୍ କ୍ଲବ୍ କୁ ୧୦ ହଜାର ଟଙ୍କା ଓ ମାନପତ୍ର ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଏଭଳି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମେଗା ପ୍ରୋଗ୍ରାମ ଆୟୋଜନ କୌଣସି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଠାରୁ କମ୍ ନୁହେଁ ବୋଲି ଅତିଥି ଗଣ କହି ଭୂରି ଭୂରି ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମରେ ମା ‘ ମନସା ପୂଜା କମିଟି ର ଅଧ୍ୟକ୍ଷ ସୁନୀଲ ପୂର୍ତି,ସଭାପତି ସଂଜୀବ ଆଳଦା, ସଂପାଦକ ସନ୍ଦୁ ଗାଗରାଇ ଏବଂ ଅନ୍ୟ ସଦସ୍ୟମାନେ ଓ ଗ୍ରାମବାସୀ ମିଳିତ ଉଦ୍ୟମରେ ଉତ୍ସବ ଶାନ୍ତି ଶୃଙ୍ଖଳା ସହ ସଂପନ୍ନ ହୋଇଥିଲା ।ଅଂଚଳବାସୀ ମହା ଆନନ୍ଦରେ ଘରକୁ ଫେରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

_ରାଜ୍ୟ କାର୍ଯ୍ୟାଳୟରେ ୧୩୬ତମ ଆମ୍ବେଦକର ଜୟନ୍ତୀ ପାଳନ_ ବାବାସାହେବଙ୍କ ଆଦର୍ଶକୁ ବାସ୍ତବରେ କାର୍ଯ୍ୟକାରୀ କରିଛି ବିଜେପି ସରକାର: ମୋହନ ଚରଣ ମାଝୀ

Sunil Chandra Nayak

ପି.ଆଇ.ଏଲ.ଏଫ୍‌, ଭାରତ ଚାପ୍ଟରର ଅଧ୍ୟକ୍ଷ ହେଲେ  ଡ. ଭବାନୀ ଶଙ୍କର ନିଆଲ

Sunil Chandra Nayak

ମେଦେନା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୭ ଟି ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ନିମନ୍ତେ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!