ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମା ଦୂର୍ଗା ଙ୍କ ସପ୍ତମୀ ପୂଜା 

ଡାବୁଗାଁ ରେ ମା ଦୂର୍ଗା ଙ୍କ ସପ୍ତମୀ ପୂଜା 

ଡାବୁଗାଁ, ୨୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଦୂର୍ଗା ମଣ୍ଡପ ଠାରେ ଶନିବାର ମା ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ଚକ୍ଷୁ ଦାନ କରିବା ସହ ମାଁଙ୍କୁ ଆବାହନ କରାଯାଇ ମାଁଙ୍କ ସପ୍ତମୀ ପୂଜା ହୋଇଥିଲା | ବ୍ରାହ୍ମଣ ମାନଙ୍କ ଦ୍ଵାରା ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା | ଏଥିରେ ମୁଖ୍ୟ ପୂଜକ ଶିବ କୁମାର ପଣ୍ଡା ଙ୍କ ସହ ସହଯୋଗୀ ସୁନୀଲ ରଥ, ଶାନ୍ତନୁ ପାତ୍ର ଓ ସୁଶାନ୍ତ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ପୂଜକ ମାନେ ପୂଜାରେ ସହାୟତା କରୁଛନ୍ତି | ମହା ଆଡମ୍ବରରେ ଦୂର୍ଗା ପୂଜା ପାଳନ ହେଉଛି | ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଡାବୁଗାଁ ସହର | ପୂଜା ଦେଖିବା ପାଇଁ ଅପରାହ୍ନରୁ ଭକ୍ତ ଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଛି | ଶାନ୍ତି ଶୃଖଳା ରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ଡାବୁଗାଁ ଥାନା ତରଫରୁ ପୋଲିସ ମୁତୟନ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ

masiha

ପ୍ରଶାସନ ଗାଉଁ କି ଔର ” ୨୦୨୪ ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁଗାଁ ବ୍ଲକରେ କର୍ମଶାଳା 

masiha

ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ର ଦାବି, ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ

Sunil Chandra Nayak

Leave a Comment

error: Content is protected !!