ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମା ଦୂର୍ଗା ଙ୍କ ସପ୍ତମୀ ପୂଜା 

ଡାବୁଗାଁ ରେ ମା ଦୂର୍ଗା ଙ୍କ ସପ୍ତମୀ ପୂଜା 

ଡାବୁଗାଁ, ୨୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଦୂର୍ଗା ମଣ୍ଡପ ଠାରେ ଶନିବାର ମା ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ଚକ୍ଷୁ ଦାନ କରିବା ସହ ମାଁଙ୍କୁ ଆବାହନ କରାଯାଇ ମାଁଙ୍କ ସପ୍ତମୀ ପୂଜା ହୋଇଥିଲା | ବ୍ରାହ୍ମଣ ମାନଙ୍କ ଦ୍ଵାରା ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା | ଏଥିରେ ମୁଖ୍ୟ ପୂଜକ ଶିବ କୁମାର ପଣ୍ଡା ଙ୍କ ସହ ସହଯୋଗୀ ସୁନୀଲ ରଥ, ଶାନ୍ତନୁ ପାତ୍ର ଓ ସୁଶାନ୍ତ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ପୂଜକ ମାନେ ପୂଜାରେ ସହାୟତା କରୁଛନ୍ତି | ମହା ଆଡମ୍ବରରେ ଦୂର୍ଗା ପୂଜା ପାଳନ ହେଉଛି | ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଡାବୁଗାଁ ସହର | ପୂଜା ଦେଖିବା ପାଇଁ ଅପରାହ୍ନରୁ ଭକ୍ତ ଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଛି | ଶାନ୍ତି ଶୃଖଳା ରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ଡାବୁଗାଁ ଥାନା ତରଫରୁ ପୋଲିସ ମୁତୟନ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓ ଟି ଇ ଟି ପରୀକ୍ଷା ଦେଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ତ୍ରୀ ଓ ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ 

Sunil Chandra Nayak

ଆଇନ ଶୃଙ୍ଖଳା ସଚେତନତା ନିମନ୍ତେ ଜିଲ୍ଲା ପୋଲିସ,ସିଂଲା ପୋଲିସ ଓ ବିଏସଏଫ ଦ୍ୱାରା ଫ୍ଲାଗମାର୍ଚ୍ଚ

masiha

୧- ଚୋରି ଘଟଣାରେ ବଡ଼ଗଡ଼ ପୋଲିସ କୁ ସଫଳତା , ଚବିଶ ଘଣ୍ଟାରେ ଅଭିଯୁକ୍ତ ଗିରଫ, ଟଙ୍କା ଉଦ୍ଧାର , ୨-

Sunil Chandra Nayak

Leave a Comment

error: Content is protected !!