ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ କ୍ଷତ୍ରିୟ ଯୁବ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ଆନୁକୁଲ୍ୟରେ ୪୦ ତମ ଶାରଦୀୟ ଉତ୍ସବ ପାଳନ ଏବଂ ମଶାଳ ଯାତ୍ରା

ଆଞ୍ଚଳିକ କ୍ଷତ୍ରିୟ ଯୁବ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ଆନୁକୁଲ୍ୟରେ ୪୦ ତମ ଶାରଦୀୟ ଉତ୍ସବ ପାଳନ ଏବଂ ମଶାଳ ଯାତ୍ରା

ନୂଆପଡା ଜିଲ୍ଲା ଆଞ୍ଚଳିକ କ୍ଷତ୍ରିୟ ଯୁବ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ଆନୁକୁଲ୍ୟରେ ୪୦ତମ ଶାରଦୀୟ ଉତ୍ସବ ପାଳନ ଏବଂ ମଶାଳ ଯାତ୍ରା ମହାନବମୀ ଦିନ ଖଡିଆଳ ମାଁସମଲେଶ୍ବରୀଙ୍କ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରୀ କ୍ଷତ୍ରୀୟମାନଙ୍କ ବେଶଭୁଷା ଖଣ୍ଡା, ଗଦା ଓ ଲାଠି ମାଧ୍ୟମରେ ବିଭିନ୍ନରଣ କୌଶଳ ମାନ ପ୍ରଦର୍ଶନ କରି ସହର ପରିକ୍ରମା କରିଥିଲେ । ବିଭିନ୍ନ ଛକ ମାନଙ୍କରେ କ୍ଷତ୍ରୀୟ ମାନେ ନିଜର କ୍ଷତ୍ରୀୟ କଳାକୌଷଳପ୍ରଦର୍ଶନ କରିଥିଲେ । ସହର ପରିକ୍ରମା କଲାପରେ ଖଡିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଉପକୂଳପତି ସୁରେନ୍ଦ୍ର କୁମାର ପ୍ରଧାନୀ ମଶାଲକୁ ସ୍ଥାପନ କଲାପରେ ଏକ ସଭାକାର୍ଯ୍ୟଅନୁଷ୍ଠିତ ହୋଇଥିଲା । ଏହି ସଭାରେ କ୍ଷତ୍ରୀୟ ଯୁବକ ସଂଘର ସଭାପତି ସୁଜିତ କୁମାର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସାମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଦେବାନନ୍ଦ ଚଳାନ, କ୍ଷତ୍ରିୟ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ରେ ବିରେନ୍ଦ୍ର ରାଉତ ରାୟ ମଂଚ ପରିଚାଳନା କରିଥିବା ବେଲେ ଗୌରବ ସିଂ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ସମ୍ପାଦକ ଓମ ପ୍ରକାଶ ଦଣ୍ଡସେନା ସମ୍ପାଦକୀୟ ବିବରଣୀପଠନ କରିଥିଲେ । କାର୍ଯ୍ୟକ୍ରମରେ କ୍ଷତ୍ରିୟ ଯୁବକ ସଂଘର ଉପ ସଭାପତି ସୁରେଶ ଦଣ୍ଡସେନା, ମାନବିନ୍ଦ୍ର ସିଂ ବାରିକ,ରମଣ ସିଂ ବାରିକ,ପ୍ରମୋଦ କୁମାର ଦଣ୍ଡସେନା,ରାଜେନ୍ଦ୍ର ସିଂ ବାରିକ,ମହେଶ କୁମାର ଦଣ୍ଡସେନା,ରତନସିଂବାରିକ,ପ୍ରଦୀପ କୁମାର ଦଣ୍ଡସେନା,ସୁରେନ୍ଦ୍ର ଦଣ୍ଡସେନା,ରଞ୍ଜନସିଂବାରିକ,ଅଶୋକଟେଣ୍ଡକାରୀ,ରଶ୍ମିରଂଜନ ଚଳାନ, ଗୌର ବାରିକ,ଅର୍ଜୁନ ସିଂ ଦଳପତି,ସଂଜୁ ନାଏକ , ଲଲିତ ବେହେରା, ଦୀପକ ଟେଣ୍ଡକାରୀ,ଦାମ୍ବୋଦର ନାଏକ, ସନ୍ତୋଷ ପାତ୍ର, ଚିତ ରଞ୍ଜନ ବେହେରା, ବାବୁଲୁ ବେହେରା, ବିନୟ ନାଏକ, ବିକାଶ ଧଙ୍ଗାଡାମାଝୀ, ସୁରେଶ ଚନ୍ଦ୍ରଦଣ୍ଡସେନା,ସୌମ୍ୟ ସିଂ, ସୌରଭ ସିଂ ବାରିକ, ସମୀର ଚଳାନ,ଶ୍ରୀବତ୍ସ ବାରିକ ସମେତ ସତାଧିକ କ୍ଷତ୍ରିୟ ଯୁବକ ଯୁବତି ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମିଶନ୍ – 78 ପକ୍ଷରୁ ଏକଦିବସୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

masiha

ମା ର ମମତା ଆଗରେ ହାରମାନଛି ସରକାର

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ମିଳିତ ଜନ ଶୁଣାଣି 

masiha

Leave a Comment

error: Content is protected !!