ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ନାମଯଜ୍ଞ ପାଇଁ ଶୁଭଖମ୍ୱ ସ୍ଥାପନ

ତେରେସିଂହାରେ ନାମଯଜ୍ଞ ପାଇଁ ଶୁଭଖମ୍ୱ ସ୍ଥାପନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ମାଁ ଗଜଲକ୍ଷ୍ମୀ ପୂଜାର ୨୪ବର୍ଷ (ଦ୍ୱିତୀୟ ସଂକଳ୍ପ) ପୂର୍ତ୍ତି ଅବସରରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ l ଏଥି ପାଇଁ ବୁଧବାର ଶୁଭଖମ୍ବ ସ୍ଥାପନ ହୋଇ ଯାଇଛି l ଏଥିରେ କର୍ତ୍ତା ଭାବେ ଗ୍ରାମର ପୂର୍ବତନ ସରପଞ୍ଚ ଚତୃଭୁଜ ରଣା ଓ ତାଙ୍କ ଧର୍ମପତ୍ନୀ କୁମାରୀ ରଣା ଯଜ୍ଞକର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରିଥିଲେ l ଏହି ଅବସରରେ ମାଁ ଗଜଲକ୍ଷ୍ମୀ ପୂଜା କମିଟୀର ସଭାପତି ଯୁଗଳ କିଶୋର ନାଏକ, ଉପ-ସଭାପତି ରଶ୍ମି ରଞ୍ଜନ ରଣା, ସମ୍ପାଦକ କ୍ଷେତ୍ରମଣି ରଣା, ସହ-ସମ୍ପାଦକ ବସନ୍ତ କୁମାର ସାହୁଙ୍କ ସମେତ ଗ୍ରାମର ଅନେକ ଭକ୍ତ ବୃନ୍ଦ ଉପସ୍ଥିତ ରହିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜୁନାଗଡ଼ ମେଡିକାଲ ରେ ଡାକ୍ତର୍ ନିଯୁକ୍ତି କୁ ନେଇ ଜିଲ୍ଲା ପାଲ ଙ୍କୁ ଦାବିପତ୍ର

masiha

ଦାବି ପୂରଣ ନହେଲେ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ କର୍ମଚାରି ମହାସଂଘ ପକ୍ଷରୁ ଡ଼ିସେମ୍ବର ୫ତାରିଖରେ ଧାରଣା

masiha

ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା

Sunil Chandra Nayak

Leave a Comment

error: Content is protected !!