ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ବିଜୟା ଦଶମୀ ଉପଲକ୍ଷେ ପ୍ରଥମ କରି କୁଡ଼ିଏ ହଜାର ଭକ୍ତଙ୍କ ଉପସ୍ଥିତିରେ ରାବଣ ପୋଡ଼ି 

ପବିତ୍ର ବିଜୟା ଦଶମୀ ଉପଲକ୍ଷେ ପ୍ରଥମ କରି କୁଡ଼ିଏ ହଜାର ଭକ୍ତଙ୍କ ଉପସ୍ଥିତିରେ ରାବଣ ପୋଡ଼ି 

 ବନ୍ଧୁଗାଁ ତା ୨୪/୧୦/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ସଦର ମହକୁମାରେ ପବିତ୍ର ବିଜୟା ଦଶମୀ ଉପଲକ୍ଷେ ପ୍ରଥମ କରି କୋଡିଏ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ସହିତ ରାବଣ ପୋଡ଼ି ହୋଇଯାଇଛି । ପ୍ରଥମ କରି ପୁଜା କମିଟି ପକ୍ଷରୁ ଆକର୍ଷଣ ପୂଜା ପେଣ୍ଡାଲ ସଜ୍ଜିତ କରି ଶାରଦୀୟ ମା ଦୂର୍ଗାଙ୍କ ମୂର୍ତ୍ତୀ ପ୍ରତିଷ୍ଠା କରି ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ରଙ୍ଗ ବିରଙ୍ଗ ଆଲୋକ ତୋରଣ ସାଂଗକୁ ସ୍ଥାନୀୟ ଏସ ହେଚ ଜି ମାଆ ମାନଙ୍କ ଦ୍ଵାରା ପୂଜା ପାଇଁ ଦୋକାନ ବଜାର ବ୍ୟବସ୍ଥା କରାଯାଇଥିଲା । ବନ୍ଧୁଗାଁ ବ୍ଲକର ଆଲମଣ୍ଡା ପଞ୍ଚାୟତ ସଦରରେ ପ୍ରତି ବର୍ଷ ଦୁର୍ଗା ପୂଜା କରାଯାଉଥିବା ବେଳେ ଚଳିତ ବର୍ଷ ପାଳନ କରାଯାଇ ନାହିଁ। ପ୍ରତି ବର୍ଷ ଶତାଧିକ ଭକ୍ତ ପ୍ରାୟ ୬୦ କିମି ଦୂର ଜେ କେ ପୁର ଯାଇ ମା ଦୁର୍ଗାଙ୍କୁ ଦର୍ଶନ କରି ଆଶୀର୍ବାଦ ପାଇ ଫେରି ଆସନ୍ତି । କିନ୍ତୁ ଚଳିତ ବର୍ଷ ଦୁତୀୟ ଥର ଦୁର୍ଗା ପୂଜା ପାଳନ ଅବସରରେ ପ୍ରଥମ କରି ରାବଣ ପୋଡ଼ି ଅନୁଷ୍ଟିତ ହୋଇଥିବାରୁ ସ୍ଥାନୀୟ ଆଖପାଖ ଅଞ୍ଚଳରୁ ୨୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ଭିଡ଼ ରହିଥିଲା । ସ୍ଥାନୀୟ ପୋଲିସ ଥାନାରୁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଥାନାରୁ ପୋଲିସ ମାନଙ୍କ ଉପସ୍ଥିତି ରେ ଶାନ୍ତି ଶୃଙ୍ଖଳା ପ୍ରଦାନ କରାଯାଇଥିଲା । ବିଜୟା ଦଶମୀ ଉପଲକ୍ଷେ ଅନୁଷ୍ଠିତ ରାବଣ ପୋଡ଼ି ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ବ୍ଲକ ବିଜେଡ଼ି ସଭାପତି ବାଲା ନାଗ ଓ ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଉପସ୍ଥିତ ରହି ଥିବାରୁ ପୂଜା କମିଟିର ସଭାପତି ଜଗଦୀଶ ଚୌଧୁରୀ, ସମ୍ପାଦକ ସିନାଜୀ ପିଡିକା, ଜି ଭେଙ୍କେତେଶ , ଭି ମାଣିକଣ୍ଟା, ତ୍ରିଲୋଚନ ନାଗ, ରବୀନ୍ଦ୍ର ସୁନା ମୁଦି, ସୁମିତ ଚୌଧୁରୀ, ସଚିନ ଚୌଧୁରୀ, ଶ୍ରୀନୁ ସରସାଭଦ୍ରା, ସିଦ୍ଧାର୍ଥ ଦେବରପଲ୍ଲୀ, ଗୌରୀ ଖୋସଲା, ଦାଶବ ଖୋସଲା, ରଞ୍ଜନ ଖୋସଲା, ଜଗନ୍ନାଥ ନାଗ, ସନ୍ତୋଷ ନାଗ ଓ ଶିବାଜୀ ପିଡ଼ିକା ମାନଙ୍କୁ ଅଧିକ ଉତ୍ସାହ ବଢାଇବା ସହ ଅତି ସୁନ୍ଦର ଭାବରେ ପ୍ରାୟ ଦୁଇ ଘଣ୍ଟା ରାବଣ ପୋଡ଼ିର ଦୃଶ୍ୟ ଦର୍ଶକ ସମସ୍ତେ ଉପଭୋଗ କରିବା ସହିତ ପୂଜା କମିଟିକୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ଶ୍ରଦ୍ଧା ପକ୍ଷରୁ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଭିନ୍ନକ୍ଷମଙ୍କ ପାଇଁ ଥେରାପି ଅନ୍ ହୁଇଲ୍ସ ଉଦ୍ଘାଟିତ

ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ବ ପରିବେଶ ଦିବସ ପାଳନ

Leave a Comment

error: Content is protected !!