ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରୀ ସ୍ୱାଭିମାନ , ନାରୀ ସମ୍ମାନ , ନାରୀ ସମାଜର ଭିତ୍ତି

ନାରୀ ସ୍ୱାଭିମାନ

ନାରୀ ସମ୍ମାନ

ନାରୀ ସମାଜର ଭିତ୍ତି

ଏହି ମହାଭାରତୀୟ ସାମାଜିକ ଓ ସାଂସ୍କୃତିକ ଭାବ ଧାରାକୁ ବଜାୟ ରଖିବାକୁ ଯାଇ ଓଡ଼ିଶା ର ସିଲ୍କି ସହର ବ୍ରହ୍ମପୁର ଠାରେ ନାରୀ ସଶକ୍ତିକରଣ ପୃଷ୍ଠଭୂମି ଉପରେ ଗଢି ଉଠିଥିବା ମହାର୍ଘ୍ୟ ଅନୁଷ୍ଠାନ “ସୃଜନୀ ଓଡ଼ିଶା” ର ପ୍ରତିଷ୍ଠାତା,ବିଶିଷ୍ଟ ସମାଜସେବୀ ତଥା ଓ ସି ଏଫ୍ ଓଡ଼ିଶା ର ମୁଖ୍ୟ ଶ୍ରୀମତୀ ବନ୍ଦିତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ Women entrepreneurs Awards ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଯେଉଁଠି ଜିଲ୍ଲା, ରାଜ୍ୟ ତଥା ବିଶ୍ୱ ସ୍ତର ରେ ପ୍ରତିଷ୍ଠା ପାରଦର୍ଶିତା ଲାଭ କରିଥିବା ମହିଳାମାନଂକୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡ଼ିଶା କର୍ପୋରେସନ୍ ଫାଉଣ୍ଡେସନର ଶ୍ରୀମତୀ ଉସଶ୍ରୀ ରଥ ଓ ମୂଖ୍ୟ ଅତିଥି ଭାବେ ସାଂସଦ, ବିଧାୟକ ସମେତ ଶିବାନନ୍ଦ ନାୟକ, ଶାନ୍ତିଲତା ସାହୁ, ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ଶିବରାମ ପାତ୍ର, ଜଗଜିବନ୍ ପାତ୍ର ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଉତ୍ସବର ଗରିମା ବୃଦ୍ଧି କରିଥିଲେ l

ଡିମ୍ପଲ୍ ସିଂ ଙ୍କ ସଂଯୋଜନାରେ ଉକ୍ତ ଉତ୍ସବରେ ଏମ୍ ଭାରତୀ ପାତ୍ର, ସୁନନ୍ଦା ଚୌଧୁରୀ, ରୀନା ରାଣୀ ଦେବୀ ଜ୍ୟୋତି ପାତ୍ର, ସଂଯୁକ୍ତା ପଣ୍ଡା, ସୁସ୍ମିତା ଶର୍ମା, ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ମସିହା ନିଉଜ୍ ସର୍ଭିସ 

 

Related posts

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

masiha

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!