ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ହେବ ‘ ପିପଲା ‘  ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ପ୍ରସ୍ତୁତି ବୈଠକ

ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ହେବ ‘ ପିପଲା ‘ 

ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ପ୍ରସ୍ତୁତି ବୈଠକ 

କଳାହାଣ୍ଡି:ଧର୍ମଗଡ ବ୍ଲକ ଅନ୍ତର୍ଗତ ଗଡିଆଯୋର ଗ୍ରାମ ପଞ୍ଚାୟତ ର ପିପଲା ଗ୍ରାମ କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କରା ହେବ।ଏହି ପରିପେକ୍ଷି ରେ ଏକ ବୈଠକ ପିପଲା ଗ୍ରାମ ବାଲାଜୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ ଉଦିତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଇଓ ରୁପେଶ କୁମାର ମେହେର, ସମାଜ କଲ୍ୟାଣ ଅଧିକାରୀ ଶିବାନୀ ନାଏକ, ପ୍ରାଣୀ ଚିକିତ୍ସାଧିକାରୀ ଡା. ଅଜୟ ମାଝୀ,କନିଷ୍ଠ ଯନ୍ତ୍ରୀ ବୀରେନ୍ଦ୍ର ମେହେର, ୱାର୍ଡ ସଭ୍ୟ ହିମାଂଶୁ ସେଠୀ, ଶ୍ୟାମ ସୁନ୍ଦର ଜାଲ, ଜି ଆର ଏସ ଛବିଲାଲ ନାଏକ ଙ୍କ ସମେତ ଶତାଧିକ ଗ୍ରାମ ବାସୀ ଉପସ୍ଥିତ ଥିଲେ । ଗାଁ ରେ ଥିବା ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କ ରେ ବିଶଦ ଭାବେ ଆଲୋଚନା କରା ଯାଇ ଥିଲା । ରାସ୍ତାଘାଟ ର ଉନ୍ନତି, ବିଦ୍ୟାଳୟ ର ଉନ୍ନତି, ଡ୍ରେନେଜ ବ୍ୟବସ୍ଥା, ବିଦ୍ୟୁତ କରଣ ଆଦି ବିଷୟ ଉପରେ ଆଲୋଚନା କରାଯାଇ ଥିବା ବେଳେ ଏଥି ପାଇଁ ସରପଞ୍ଚ ସମସ୍ତ ଗ୍ରାମ ବାସୀ ଙ୍କ ସହଯୋଗ କାମନା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

masiha

ରାଉରକେଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

masiha

Leave a Comment

error: Content is protected !!