ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ଠାରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ହିନ୍ଦୁ ସଂଘଟନ ପକ୍ଷରୁ ବିରୋଧ ପ୍ରଦର୍ଶନ

ଉମରକୋଟ ଠାରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ହିନ୍ଦୁ ସଂଘଟନ ପକ୍ଷରୁ ବିରୋଧ ପ୍ରଦର୍ଶନ

 ନବରଙ୍ଗପୁର:(୨୬|୪)(ରବି ନାରାୟଣ ମହାନ୍ତି) ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ବରୋଧରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଉମରକୋଟ ଠାରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ସହର ର ସମସ୍ତ ଦୋକାନ ବଜାର ଦୁଇ ଘଣ୍ଟା ପାଇଁ ବନ୍ଦ କରାଯିବା ସହ ସହର ମଧ୍ୟରେ ଯାନବାହନ ଚଳ ଚଳ ବନ୍ଦ ରହିଥିଲା ଏବଂ ଶତାଧିକ ଲୋକେ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ଡିଏନକେ ଗୋପବନ୍ଧୁ ଛକ ଠାରୁ ଏକ ବିଶାଳ ରାଲି ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପଥ ପ୍ରାନ୍ତ ସଭା କରାଯାଇ ମୃତକ ଙ୍କ ଆମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଭାରତର ନିରୀହ ଲୋକଙ୍କୁ କାଶ୍ମୀର ରେ ନିର୍ମମ ଭାବେ ଧର୍ମ ପଚାରି ହତ୍ୟା କରିଛନ୍ତି ସେମାନଙ୍କ ବିରୋଧରେ ଏବଂ ଆତଙ୍କବାଦୀ ଙ୍କୁ ସହଯୋଗ କରୁଥିବା ପଡୋଶୀ ଦେଶ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବିରୋଧ ପ୍ରଦର୍ଶନ ସମୟ ରେ ସହରର ଶତାଧିକ ଯୁବକ ଅଂଶ ଗ୍ରହଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

masiha

କୁଲତା ଯୁବ ଶକ୍ତି କଳାହାଣ୍ଡିର ସାଙ୍ଗଠନିକ ବୈଠକ

Sunil Chandra Nayak

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

masiha

Leave a Comment

error: Content is protected !!