ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପବିତ୍ର ଦଶହରା ଉପଲକ୍ଷେ ବିଜେପି ନେତାଙ୍କ ବନ୍ଧୁ ମିଳନ

ପବିତ୍ର ଦଶହରା ଉପଲକ୍ଷେ ବିଜେପି ନେତାଙ୍କ ବନ୍ଧୁ ମିଳନ

ବାଲେଶ୍ଵର,୨୬/୧୦/୨୩ – ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ପଦ୍ମଲୋଚନ ପଣ୍ଡାଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ କାର୍ଯ୍ୟକ୍ରମ ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ଥିବା ଖଇରା ବିଜେପି ନେତା ପକ୍ଷରୁ ଆୟୋଜନ ହୋଇଥିଲା । ଏଥିରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ବିଜେପି ନେତା ଶ୍ରୀ ପଣ୍ଡାଙ୍କ ସହିତ କିଛି ସମୟ ପାଇଁ ବିଭିନ୍ନ ଆଲୋଚନାରେ ସମୟ ବିତାଇଥିଲେ । ସ୍ବଚ୍ଛ, ନିର୍ଭୀକ ଓ ସତ୍ୟ ନିଉଜ ପରିବେଷଣ ପାଇଁ ସମସ୍ତ ସାମ୍ବାଦିକ ମାନଙ୍କୁ ଦଶହରା ଶୁଭେଚ୍ଛା ଓ ଅଭିନନ୍ଦନ ଜାଣାଇଥିଲେ । ଆଗାମୀ ନିର୍ବାଚନରେ ଦଳ ନିଶ୍ଚୟ ବିଜୟଲାଭ କରିବ, ଅଞ୍ଚଳବାସୀଙ୍କ ଉନ୍ନତି ନିଶ୍ଚୟ ହେବ, ଅବହେଳିତ ଖଇରା ଅଞ୍ଚଳବାସୀଙ୍କ ସମସ୍ୟା ଦୂରୀକରଣ ନିମନ୍ତେ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ, କେନ୍ଦ୍ର ସରକାରଙ୍କ ଯୋଜନା ହିତାଧିକାରୀ ମାନେ ନିଶ୍ଚୟ ପାଇବେ, ଏମିତି ଅନେକ କିଛି ବନ୍ଧୁ ମିଳନ ଉତ୍ସବରେ ସାମ୍ବାଦିକ ମାନଙ୍କ ସାମ୍ନାରେ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ମାନଙ୍କ ତରଫରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ଦୀର୍ଘ ୯ ବର୍ଷର ବିଜେପି ଶାସନର ସୁଶାସନ ବିଷୟରେ ବର୍ଣ୍ଣନା କରିଥିଲେ । ଅପରପକ୍ଷେ ଶାସକ ବିଜେଡି ସରକାର ବିରୋଧରେ ମନ୍ତବ୍ୟ ଦେବାକୁ ମଧ୍ୟ ପଛାଇ ନଥିଲେ । ଏଥିରେ ଆଇନଜୀବୀ ନିରଞ୍ଜନ ବେହେରା ଓ ରାଜେଶ ରାଉତଙ୍କ ସମେ ବ୍ଲକର ବିଭିନ୍ନ ମଣ୍ଡଳ ସ୍ତରୀୟ ମୁଖ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀକୂଳ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି

Sunil Chandra Nayak

ଅଂଚଳଗୁମା ମଣ୍ଡଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ବନ୍ଧୁଗାଁର ୪ ଜିପିରେ ବିଜେଡିର ଶକ୍ତି ପ୍ରଦର୍ଶନ 

masiha

Leave a Comment

error: Content is protected !!