ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ

ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ

ନବରଙ୍ଗପୁର:ତା ୨୭/୧୦ ଆଧୁନିକ କୌଶଳ ପ୍ରଣାଳୀ ରେ କିପରି ଗୃହ ନିର୍ମାଣ ଓ ଏହାର ଡିଜାଇନ୍ ସମୟରେ କିପରି ଅନେକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେସମ୍ପର୍କରେ ଓଡିଶା ଶକ୍ତି ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ନବରଙ୍ଗପୁର ରେ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ ଶିବିର ର ଶୁଭ ଉଦଘାଟନ କରି ତାଲିମ ଶିବିର ର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରି ଜିଲ୍ଲାରେ ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍ ହେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ଦୁଇ ଦିନିଆ ତାଲିମ ଶିବିର ରେ ଓଡିଶା ଶକ୍ତି ବିଭାଗ ର କନସଲଟାଣ୍ଟ ଅଶୋକ ନନ୍ଦ, ମାଷ୍ଟର ଟ୍ରେନର ଯେ. କେ. ବ୍ଯାସ,ରାମ ପ୍ରତାପ ପୋଦାର ତାଲିମ ପ୍ରଦାନ କରିଥିଲେ। ଏଥିରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଦେବର୍ଷି ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ପ୍ରାଣନାଥ ସେଠ୍ ଙ୍କ ସମେତ ଜିଲ୍ଲା ର ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଜୁଳି ବିଭାଗ ଇତ୍ୟାଦି ବିଭାଗୀୟ ଇଞ୍ଜିନିୟର ମାନେ ଯୋଗଦାନ କରିଥିଲେ। ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଜାଣିବାକୁ ଚାହିଁଲେ ଇଞ୍ଜିନିୟର ଅଶୋକ ନନ୍ଦ ଙ୍କ ମୋବାଇଲ ଫୋନ ନମ୍ବର ୯୪୩୭୩୦୩୫୪୮ କୁ ଯୋଗାଯୋଗ କରିବା ପାଇଁ ସେ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାପଡାହାଣ୍ଡି ବ୍ଲକର ଅତିରିକ୍ତ ଦାୟିତ୍ବ ଗ୍ରହଣ

ରାଇରଙ୍ଗପୁର ବିଦ୍ୟୁତ ବିଭାଗରେ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ଵାର ଏମ୍ପଲୟଜ୍ ୟୂନିଅନ ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରେରକ ସଙ୍ଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!