ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୭ ତମ ନେସନାଲ ଗେମ୍ସ ରେ ନବରଙ୍ଗପୁର ଖେଳାଳୀଙ୍କ ରୌପ୍ୟ ପଦକ ହାସଲ

୩୭ ତମ ନେସନାଲ ଗେମ୍ସ ରେ ନବରଙ୍ଗପୁର ଖେଳାଳୀଙ୍କ ରୌପ୍ୟ ପଦକ ହାସଲ

ନବରଙ୍ଗପୁର: ଅକ୍ଟୋବର ୨୬ ରୁ ୨୯ ମଧ୍ୟରେ ଗୋଆ ଠାରେ ଅନୁଷ୍ଠିତ ହେଉଥିବା ୩୭ ନେସନାଲ ଗେମ୍ସ ରେ ଓଡ଼ିଶା ସରକାର ଙ୍କ ତରଫରୁ ୧୨ ଜଣ ପେଞ୍ଚାକ ସିଲାଟ ଖେଳାଳି ଭାଗ ନେଇଥିଲେ । ଓଡ଼ିଶାର ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଖେଳାଳି ଆଶୁତୋଷ ପୁଜାରୀ, ଗଣେଶ ପୁଜାରୀ ଓ ରବୀନ୍ଦ୍ର ଭତରା ଦଳଗତ ଭାବେ ରାଜସ୍ଥାନ,ଗୋଆ କୁ ହରାଇ ଫାଇନାଲ ରେ ମହାରାଷ୍ଟ୍ର ସହିତ ଖେଳି ରୌପ୍ୟ ପଦକ ହାସଲ କରି ଓଡ଼ିଶା ଓ ନବରଙ୍ଗପୁର ଜିଲ୍ଲାପାଇଁ ଗର୍ବ ଆଣିଛନ୍ତି । ସୂଚନଯୋଗ୍ୟ ଯେ ପୂର୍ବରୁ ଆନ୍ତର୍ଜାତିୟ ରେଫେରୀ ତଥା ନବରଙ୍ଗପୁର ପେଞ୍ଚକ୍ ସିଲଟର କୋଚ ହରିଶ୍ ବେହେରା ଙ୍କ ତତ୍ତ୍ଵାବଧାନରେ ଏହି ଅନୁଷ୍ଠାନ ର ଖେଳାଳି ମାନେ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳି ଅନେକ ପଦକ ଜିତି ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଖେଳାଳୀଙ୍କ ସଫଳତା ନବରଙ୍ଗପୁର ଜିଲ୍ଲା ବାସି ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଈଛନ୍ତି । ବିଶେଷ କରି ପେଞ୍ଚାକ ସିଲାଟ ଏସୋସିଏସନ ନବରଙ୍ଗପୁର ସଭାପତି ଦିପକ ସାହୁ , ଉପଦେଷ୍ଟା ଏବଂ ସମାଜସେବୀ ଜଗନ୍ନାଥ ମହାପାତ୍ର, ଜିଲ୍ଲା କ୍ରୀଡ଼ା ସଂଘର ସହ ସମ୍ପାଦକ ତଥା ଉପଦେଷ୍ଟା ମନୋଜ କୁମାର ପଟନାୟକ, ଉପଦେଷ୍ଟା ତଥା ବରିଷ୍ଠ ସମାଜସେବୀ ଜଗନ୍ନାଥ ବେହେରା, ଉପଦେଷ୍ଟା ତଥା ବରିଷ୍ଠ ଅଧିବକ୍ତା ରାମ ପ୍ରସାଦ ପାତ୍ର , ଚିତ୍ତରଞ୍ଜନ ପାତ୍ର , ଜିଲ୍ଲା କ୍ରୀଡା ଅଧିକାରୀ ବିନାୟକ ଖାଢଙ୍ଗା ସମେତ ଜିଲ୍ଲାର ସମସ୍ତ କ୍ରୀଡାବିତ ଶୁଭେଚ୍ଛା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

masiha

ଅମଲା ଧର୍ମଘଟ ରେ : ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦ୍ୱେତ ବ୍ଲକ ଦାୟିତ୍ୱରେ ଜି ପି ଇ ଇ ଦୀର୍ଘ ଛୁଟିରେ କେମିତି ଚାଲୁଛି ପଞ୍ଚାୟତ ସମିତି କାର୍ଯ୍ୟାଳୟ

Sunil Chandra Nayak

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି କେନ୍ଦୁପତ୍ର 

Leave a Comment

error: Content is protected !!