ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ନବରଙ୍ଗପୁର-(ମ ନି ସ ) ନବରଙ୍ଗପୁର ମହାବିଦ୍ୟାଳୟର ସ୍ମାର୍ଟ୍ ଶ୍ରେଣୀ ଗୃହରେ ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ଶ୍ରୀ ସହଦେବ ପଟ୍ଟନାୟଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ଵାଳଙ୍କ ସଭାପତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ପ୍ରଥମ ପର୍ଯ୍ୟାୟରେ ବିଦାୟୀ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥିମାନଙ୍କ ଦ୍ବାରା ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଶ୍ଵାଳ ଭାବ ବିହ୍ୱଳ ହୋଇ ସହଦେବ ପଟ୍ଟନାୟକଙ୍କ ଦୀର୍ଘ କର୍ମମୟ ଜୀବନର ଅଭୁଲା ଅନୁଭୂତିକୁ ଉପସ୍ଥାପନ କରି ସେବା ନିବୃତ କାଳୀନ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ ।ଦୀର୍ଘ ୩୭ ବର୍ଷରୁ ଅଧିକ ସମୟ ଧରି ମହାବିଦ୍ୟାଳୟରେ ନିରବଚ୍ଛିନ୍ନ ଓ ନିଷ୍ଠାପର ଭାବେ ନିଜର ଦାୟିତ୍ୱ ସମ୍ପାଦନ କରିଥିବା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ମହାବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ସଂପର୍କରେ ରସାୟନ ବିଜ୍ଞାନ ମୁଖ୍ୟ ଡି. ଗୋବିନ୍ଦ ରାଓ, ଅର୍ଥନୀତି ବିଜ୍ଞାନ ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ହୋତା, ଇତିହାସ ବିଭାଗ ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ଜୀବ ବିଜ୍ଞାନ ମୁଖ୍ୟ ଶ୍ରୀମତୀ ଭାନୁମତୀ ସାହୁକାର ,ପଦାର୍ଥ ବିଜ୍ଞାନ ମୁଖ୍ୟ ଶ୍ରୀ ଜିତେନ୍ଦ୍ର କୁମାର ରଥ,ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ଉଜ୍ଜ୍ୱଳ କୁମାର ମହାନନ୍ଦିଆ ପ୍ରମୁଖ କାର୍ଯ୍ୟରତ ଅମ୍ଳାନ ସ୍ମୃତିର ମହାନୁଭବକୁ ଆଲୋକପାତ କରିବା ସହିତ ଅବସର କାଳୀନ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ କଲେଜ ଅଧ୍ୟକ୍ଷ ଡ଼. ବିଶ୍ଵାଳ ବିଦାୟୀ କର୍ମଚାରୀ ଶ୍ରୀ ସହଦେବ ପଟ୍ଟନାୟକଙ୍କୁ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ପକ୍ଷରୁ ଉପହାର ପ୍ରଦାନ କରିବା ସହତ ଉପଢୌକନ ଦ୍ଵାରା ସମ୍ମାନିତ କରି ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବିଦାୟୀ ସଭାକୁ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ଶମ୍ଭୁ ପ୍ରସାଦ ହୋତା ସମୂର୍ଣ୍ଣ ପରିଚାଳନା କରିବା ସହ ଶ୍ରୀ ପଟ୍ଟନାୟକ ଙ୍କର କର୍ମମୟ ଜୀବନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ – ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ଅବସର କାଳୀନ ଶୁଭେଚ୍ଛା ଜଣାଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ଉଦଘାଟନ ସିଧାପ୍ରସାରଣ କାର୍ଯ୍ୟକ୍ରମ

masiha

କୋଇଡା ଅଞ୍ଚଳରେ ଦନ୍ତା ଆକ୍ରମଣରେ ଵୃଦ୍ଧ ମୃତ

Sunil Chandra Nayak

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

masiha

Leave a Comment

error: Content is protected !!