ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ କୃଷକ ଉତ୍ପାଦକ ସଂଗଠନ’ , ରାଇରଙ୍ଗପୁର ପକ୍ଷରୁ ଜଳ ସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ କୃଷକ ଉତ୍ପାଦକ ସଂଗଠନ’ , ରାଇରଙ୍ଗପୁର ପକ୍ଷରୁ ଜଳ ସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

 ମୟୂରଭଞ୍ଜ -୩୧/୧୦ ( ମସିହା)ରବି ଋତୁ ଆରମ୍ଭ ହହୋଇଗଲାଣି, ଧାନ ଅମଳ ପରେ ପରେ ରବି ଚାଷ ଆରମ୍ଭ ହେବ ।ଲୌହର ପ୍ରାଚୁର୍ଯ୍ଯ ଭିତରେ ବି ଶିଳ୍ପ ବିହୀନ ବାମନଘାଟୀ ଉପଖଣ୍ଡର କୃଷକଙ୍କ ପାଖରେ ଧାନ ଚାଷ ଛଡ଼ା ସେମାନଙ୍କ ପାଖରେ ବିକଳ୍ପ ଵ୍ଯଵସ୍ଥା ନ ଥିବାରୁ ଦାଦନ ପାଇଁ ଯୁବ ଗୋଷ୍ଠୀ ପ୍ରସ୍ତୁତ ହେଲେଣି ।ଏଠାରେ କ୍ଷୁଦ୍ର‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଖଡଖାଈ,ବାଙ୍କବଳ,ନେସା ଡେମ୍ ଅଛି ତଦସହ ଛୋଟବଡ ଚେକ ଡେମ୍ ଅଛି ।ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କୃଷକ ସଶକ୍ତିକରଣ ଯୋଜନା କରିଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଇରଙ୍ଗପୁର ଅଂଚଳର ଶତାଧିକ ୭୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ନେଇ ରାଇରଙ୍ଗପୁର କୃଷକ ଉତ୍ପାଦକ ସଂଗଠନ ଗଢାଯାଇଛି । ଏଥିରେ ଭାଲୁବସା,ନାଗଭଣ,ନାଉଯୋଡା,ପୋଡାଡିହା,ଵୁଡାମରା,ନିଉତି,ମୂଷାବଣୀ, ନୂଆଗାଁ,ତିଳପୋଷି,ବଡବାଇକଳା ଗ୍ରାମର ଚାଷୀମାନେ ଆଳୁ,ଡାଲି ଜାତୀୟ ଚାଷ,ପିଆଜ,ରସୁଣ,ତୈଳ ଜାତୀୟ ଶସ୍ୟ ଚାଷ କରିବା ପାଇଁ ଜୋରଦାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ରାଇରଙ୍ଗପୁର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୃଷକ ଉତ୍ପାଦକ ସଂଗଠନର ଡାଇରେକ୍ଟର ଡମ୍ବରୁଧର ମହାନ୍ତ,ମେନେଜିଂ ଡାଇରେକ୍ଟର ତପନ ମହାନ୍ତ ରବି ଚାଷ ପାଇଁ ଜଳ ଯୋଗାଣ ନିମନ୍ତେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ମଧ୍ୟ ଚାଷୀମାନଙ୍କ ଅବଗତ ନିମନ୍ତେ ଆସନ୍ତା ୧୦ ତାରିଖ ଦିନ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ, ଉଦ୍ୟାନ ବିଭାଗ ଅଧିକାରୀ,କୃଷି ବିଭାଗ ଅଧିକାରୀ ଏବଂ କୃଷକ ଉତ୍ପାଦକ ସଂଗଠନର ସଦସ୍ଯ ମାନଙ୍କର ଏକ ସମନ୍ବୟ ବୈଠକ ଓ ଚାଷ ସମ୍ବନ୍ଧୀୟ ଆଲୋଚନା ହେବ‌ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେଣୁ ସମସ୍ତ ସଦସ୍ୟ ଏହି ବୈଠକରେ ସାମିଲ ହୋଇ ନିଜର ସୁଚିନ୍ତିତ ମତାମତ ଦେବାପାଇଁ ଅନୁରୋଧ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବ୍ୟାଙ୍କ କୁ ନେଉଥିବା ଟଙ୍କା ପିକଅପ ଭ୍ୟାନ ଦୃଘଟଣା ଗ୍ରସ୍ତ ,ଅଳ୍ପକେ ବଞ୍ଚିଲେ ୪ଜଣ ବ୍ୟାଙ୍କ କର୍ମଚାରୀ

masiha

ନୂତନ ଏବିଇଓଙ୍କ ଯୋଗଦାନ

Sunil Chandra Nayak

ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ

masiha

Leave a Comment

error: Content is protected !!